କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ
କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ଏବଂ ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଜନସାଧାରଣଙ୍କ ସେ ଆଶୀର୍ବାଦ ଲୋଡିଥିଲେ। ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ନିକଟ ପଡ଼ିଆରେ ଭାଜପାର ସଂକଳ୍ପ ସମାବେଶରେ ଶାହା ଦେଶରେ ଧାରା ୩୭୦ ଉଚ୍ଛେଦ […] The post କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ appeared first on Dharitri Odia News.
କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ଏବଂ ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଜନସାଧାରଣଙ୍କ ସେ ଆଶୀର୍ବାଦ ଲୋଡିଥିଲେ। ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ନିକଟ ପଡ଼ିଆରେ ଭାଜପାର ସଂକଳ୍ପ ସମାବେଶରେ ଶାହା ଦେଶରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ପିଓକେ ହାସଲ କରିବା ପାଳି ବୋଲି ବଡ଼ ବୟାନ ଦେଇଥିଲେ।
ଏହି ଅବସରରେ ଉଭୟ ବିଜେଡି ଏବଂ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଥିଲେ। ଓଡ଼ିଶାରେ ଭାଜପା ସରକାର ଆସିଲେ ପୁରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲାଯିବ। ଏପରିକି ରତ୍ନଭଣ୍ଡାର ଖୋଲାଯାଇ ସର୍ବସାଧାରଣରେ ଏହାର ହିସାବ ଦିଆଯିବ ବୋଲି ଶାହା କହିଥିଲେ।
The post କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ appeared first on Dharitri Odia News.