କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର; ଶେଷ ଦରମାର ୫୦ ପ୍ରତିଶତ ମିଳିବ ପେନ୍‌ସନ୍‌ !

NPS ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ଅର୍ଥ ପେନସନ ଆକାରରେ ମିଳିବ। 

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର; ଶେଷ ଦରମାର ୫୦ ପ୍ରତିଶତ ମିଳିବ ପେନ୍‌ସନ୍‌ !

୨୦୨୪ ବଜେଟରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। NPS ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ଅର୍ଥ ପେନସନ ଆକାରରେ ମିଳିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏନେଇ ଯୋଜନା କରୁଛି। 

ମୁଖ୍ୟତଃ ପେନସନ ପ୍ରଦାନ ବେଳେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାର ପୂର୍ବ ପେନସନ ସ୍କିମ ବଦଳରେ NPS ବା ନ୍ୟାସନାଲ ପେନସନ ସ୍କିମ ଅନୁସାରେ ଏହା ଲାଗୁ କରିପାରନ୍ତି। ଏହାବାଦ NPS ସ୍କିମ ଅନୁସାରେ ଯେଉଁମାନେ ୨୫ରୁ ୩୦ ବର୍ଷ ଲାଗି ଏହି ଯୋଜନାରେ ନିବେଶ କରିଥିବେ ସେମାନଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିବାର ସୁଯୋଗ ରହିଛି।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ଗ୍ରାଚୁଇଟି...

NPS କ’ଣ ?

କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କ ପାଇଁ ୧ ଜାନୁଆରୀ ୨୦୨୪ ରେ ବାଧ୍ୟତାମୂଳକ ଭାବେ NPS ଲାଗୁ କରିଥିଲେ । ଏହା ପରେ ସମସ୍ତ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ NPS ଗ୍ରହଣ କଲେ । ୨୦୦୦ ମସିହା ପରେ, ଏହି ଯୋଜନା ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଖୋଲା ଯାଇଥିଲା । ଅବସର ପରେ କର୍ମଚାରୀମାନେ NPS ର ଏକ ଅଂଶ ପ୍ରତ୍ୟାହାର କରିପାରିବେ, ଅବଶିଷ୍ଟ ନିୟମିତ ଆୟ ପାଇଁ ବାର୍ଷିକ ନେଇପାରିବେ । ୧୮ ରୁ ୬୦ ବର୍ଷ ମଧ୍ୟରେ ଯେକୌସି ବ୍ୟକ୍ତି ଜାତୀୟ ପେନସନ ସ୍କିମ୍ ନେଇପାରିବେ ।