କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ବିୟୋଗ

ଭୁବନେଶ୍ବର: ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କ ପତ୍ନୀ ବିୟୋଗ ଇ ଗତକାଲି ବିଳମ୍ବିତ ରାତିରେ ଜୁଏଲଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ତାଙ୍କୁ ୫୮ ବର୍ଷ ହୋଇଥିଲା I ସେ କିଛିଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ତାଙ୍କ ରାଜନୀତିକ […]

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ  ପତ୍ନୀ ବିୟୋଗ
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ବିୟୋଗ

ଭୁବନେଶ୍ବର: ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କ ପତ୍ନୀ ବିୟୋଗ ଇ ଗତକାଲି ବିଳମ୍ବିତ ରାତିରେ ଜୁଏଲଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ତାଙ୍କୁ ୫୮ ବର୍ଷ ହୋଇଥିଲା I ସେ କିଛିଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ତାଙ୍କ ରାଜନୀତିକ ଓ ବ୍ୟକ୍ତିଗତ କାର୍ଯ୍ୟରେ ପତ୍ନୀ ଝିଙ୍ଗିଆ ଓରାମଙ୍କର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା।

ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଂଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ।

ଝିଙ୍ଗିଆଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ଜୁଏଲ୍ ଭାଇ ଙ୍କ ଦୀର୍ଘ ରାଜନୈତିକ ଯାତ୍ରା ର ସଫଳତାରେ ତାଙ୍କ ଧର୍ମପତ୍ନୀଙ୍କର ପ୍ରମୁଖ ଭୂମିକା ରହିଥିଲା।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।