କେବେ ସରିବ IPL 2025 ? ସବୁ ଦଳକୁ ବଡ଼ ଆଦେଶ ଦେଲା BCCI

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ପୁଣି ଥରେ ଆଇପିଏଲ୍ ୨୦୨୫ ପୁନଃ ଆରମ୍ଭର ପ୍ରସ୍ତୁତିରେ ଜୁଟି ଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବା କାରଣରୁ ମେ ୯ ତାରିଖରେ ଆଇପିଏଲ୍‌କୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏହା ପରେ ଖେଳାଳି ନିଜ ନିଜ ଦେଶକୁ ଫେରି ଯାଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ୧୨ ଲିଗ୍ ମ୍ୟାଚ୍ ଓ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ବିସିସିଆଇ ଯଥା ଶୀଘ୍ର ନୂଆ କ୍ରୀଡ଼ାସୂଚୀର ଘୋଷଣା କରିବ।ଏହାକୁ ନେଇ ଏକ ସଦ୍ୟତମ ଖବର ସାମ୍ନାକୁ ଆସିଛି।Also read: ରୋହିତଙ୍କ ଉତ୍ତରାଧିକାରୀ କିଏ ? ବିସିସିଆଇ ପାଖରେ ଲମ୍ବା ତାଲିକା; କୋହଲି ନୁହେଁ ଜାଣନ୍ତୁ ଟେଷ୍ଟ ଅଧିନାୟକ ହେବେ ଏହି ଖେଳାଳିରିପୋର୍ଟ ଅନୁଯାୟୀ, ବୋର୍ଡ ସବୁ ଦଳକୁ ମେ ୧୩ ତାରିଖ ସୁଦ୍ଧା ଖେଳାଳିଙ୍କୁ ଏକତ୍ର କରିବାକୁ ଆଦେଶ ଦେଇଛି। ୧୮ତମ ସିଜିନର ଉଦଯାପନୀ ମ୍ୟାଚ୍ ମେ ୨୫ ହେବାର ଥିଲା, ଯେଉଁଥିରେ ପରିବର୍ତ୍ତନ କରାଯିବାର ସମ୍ଭାବନା କମ ରହିଛି। ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ ସାରିବା ପାଇଁ ଡବଲ ହେଡର ମ୍ୟାଚ୍‌ର ଆୟୋଜନ କରିପାରେ। ଉଲ୍ଲେଖନୀୟ ଗୁରୁବାର ବ୍ଲାକଆଉଟ୍ କାରଣରୁ ଧର୍ମଶାଳାରେ ଖେଳା ଯାଇଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ରଦ୍ଦ କରାଯାଇଥିଲା।ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ

କେବେ ସରିବ IPL 2025  ?  ସବୁ ଦଳକୁ ବଡ଼ ଆଦେଶ ଦେଲା BCCI

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ପୁଣି ଥରେ ଆଇପିଏଲ୍ ୨୦୨୫ ପୁନଃ ଆରମ୍ଭର ପ୍ରସ୍ତୁତିରେ ଜୁଟି ଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବା କାରଣରୁ ମେ ୯ ତାରିଖରେ ଆଇପିଏଲ୍‌କୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ଏହା ପରେ ଖେଳାଳି ନିଜ ନିଜ ଦେଶକୁ ଫେରି ଯାଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ୧୨ ଲିଗ୍ ମ୍ୟାଚ୍ ଓ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ବିସିସିଆଇ ଯଥା ଶୀଘ୍ର ନୂଆ କ୍ରୀଡ଼ାସୂଚୀର ଘୋଷଣା କରିବ।ଏହାକୁ ନେଇ ଏକ ସଦ୍ୟତମ ଖବର ସାମ୍ନାକୁ ଆସିଛି।

Also read: ରୋହିତଙ୍କ ଉତ୍ତରାଧିକାରୀ କିଏ ? ବିସିସିଆଇ ପାଖରେ ଲମ୍ବା ତାଲିକା; କୋହଲି ନୁହେଁ ଜାଣନ୍ତୁ ଟେଷ୍ଟ ଅଧିନାୟକ ହେବେ ଏହି ଖେଳାଳି

ରିପୋର୍ଟ ଅନୁଯାୟୀ, ବୋର୍ଡ ସବୁ ଦଳକୁ ମେ ୧୩ ତାରିଖ ସୁଦ୍ଧା ଖେଳାଳିଙ୍କୁ ଏକତ୍ର କରିବାକୁ ଆଦେଶ ଦେଇଛି। ୧୮ତମ ସିଜିନର ଉଦଯାପନୀ ମ୍ୟାଚ୍ ମେ ୨୫ ହେବାର ଥିଲା, ଯେଉଁଥିରେ ପରିବର୍ତ୍ତନ କରାଯିବାର ସମ୍ଭାବନା କମ ରହିଛି। ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ ସାରିବା ପାଇଁ ଡବଲ ହେଡର ମ୍ୟାଚ୍‌ର ଆୟୋଜନ କରିପାରେ। ଉଲ୍ଲେଖନୀୟ ଗୁରୁବାର ବ୍ଲାକଆଉଟ୍ କାରଣରୁ ଧର୍ମଶାଳାରେ ଖେଳା ଯାଇଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ରଦ୍ଦ କରାଯାଇଥିଲା।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିସିସିଆଇ ମଙ୍ଗଳବାର ସୁଦ୍ଧା ନିଜର ଦଳଗୁଡ଼ିକୁ ନିଜ ନିଜର ଆୟୋଜନ ସ୍ଥଳରେ ପହଞ୍ଚିବାକୁ କୁହାଯାଇଛି। ପଞ୍ଜାବର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ସ୍ଥାନରେ ଖେଳାଯିବ, ତେଣୁ ଏହି ଦଳର ଆୟୋଜନ ସ୍ଥଳ ଘୋଷଣା କରାଯିବା ବାକି ରହିଛି। ବୋର୍ଡ ମେ ୨୫ ତାରିଖରେ ଟୁର୍ଣ୍ଣାମେଣ୍ଟ ସାରିବା ପାଇଁ ଅଧିକ ଡବଲ ହେଡର ମ୍ୟାଚ୍‌ କରିବାକୁ ଯୋଜନା କରିପାରେ। ଏ ନେଇ ଆଜି ବିସିସିଆଇ ଓ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ମଧ୍ୟରେ ବୈଠକ ହେବାକୁ ଯାଉଛି।

ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଯୁଦ୍ଧ ଥମି ଯାଇଛି । ବିସିସିଆଇ ପଦାଧିକାରୀ, ଅଧିକାରୀ ଓ ଆଇପିଏଲ୍ ସଞ୍ଚାଳନ ପରିଷଦ ରବିବାର ବୈଠକ କରି ଆଇପିଏଲ ପୁନଃ ଆରମ୍ଭ ଉପରେ ନିଷ୍ପତ୍ତି ନେବେ । କୁହାଯାଉଥିଲା ଯେ, ଚେନ୍ନାଇ, ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦ ପରି ଦକ୍ଷିଣ ଭାରତର କୌଣସି ସହରରେ ଆଇପିଏଲ ଅବଶିଷ୍ଟ ମ୍ୟାଚ୍ ଖେଳା ଯାଇପାରେ । ହେଲେ ଏବେ ଉତ୍ତେଜନା କମି ଯାଇଥିବାରୁ  ନୂଆ କାର୍ଯ୍ୟସୂଚୀ ସହ ଭେନ୍ୟୁର ଘୋଷଣା ଶୀଘ୍ର ହୋଇପାରେ ।