କୋଲକାତାର ବିଜୟ ଧାରାରେ ଲାଗିଲା ବ୍ରେକ, ୭ ଓ୍ଵିକେଟ୍‌ରେ ଜିତି ଟ୍ରାକକୁ ଫେରିଲା ଚେନ୍ନାଇ

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସର ବିଜୟ ଧାରାରେ ଲାଗିଲା ବ୍ରେକ। ସେପଟେ କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ବୋଲରଙ୍କ ଶାଣିତ ବୋଲିଂ ଓ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲ୍‌ର ୨୨ତମ ମୁକାବିଲାରେ ଚେନ୍ନାଇ କୋଲକାତା ନାଇଟ୍ ରାଇଡର୍ସକୁ ୭ ଓ୍ଵିକେଟ୍‌ରେ  ହରାଇଛି। କୋଲକାତା ଦ୍ଵାରା ଧାର୍ଯ୍ୟ ୧୩୮ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୭.୪ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଅପରାଜିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଶିବମ ଦୁବେ ୨୮ ଓ ଡାରିଲ ମିଚେଲ୍ ୨୫ ରନ କରିଛନ୍ତି। ଏହା ପୂର୍ବରୁ କୋଲକାତା ବ୍ୟାଟିଂ ବିଫଳତା ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୩୪ ରନ କରିଥିଲେ। ଏହି ବିଜୟ ପରେ ଚେନ୍ନାଇ ୫ମ ମ୍ୟାଚ୍‌ରୁ ତିନୋଟି ଜିତି ପଏଣ୍ଟ   ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ କୋଲକାତା ପ୍ରଥମ ପରାଜୟ ଭୋଗିଥିଲେ ହେଁ ଦ୍ଵିତୀୟ ସ୍ଥାନରେ ରହିଛି। Also read: କୋଟିକୋଟିରେ କିଣିଯାଇଥିବା ଫେଲ୍‌, ଲକ୍ଷରେ କିଣାଯାଇଥିବା ପ୍ଲେୟର୍‌ ଜିତାଇଲେ ମ୍ୟାଚ୍‌…୧୩୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ୨୭ ରନ ସ୍କୋରରେ ରଚିନ ରବୀନ୍ଦ୍ରନ(୧୫)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧି

କୋଲକାତାର ବିଜୟ ଧାରାରେ ଲାଗିଲା ବ୍ରେକ, ୭ ଓ୍ଵିକେଟ୍‌ରେ ଜିତି ଟ୍ରାକକୁ ଫେରିଲା ଚେନ୍ନାଇ

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସର ବିଜୟ ଧାରାରେ ଲାଗିଲା ବ୍ରେକ। ସେପଟେ କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ବୋଲରଙ୍କ ଶାଣିତ ବୋଲିଂ ଓ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଏଠାରେ ଖେଳା ଯାଇଥିବା ଆଇପିଏଲ୍‌ର ୨୨ତମ ମୁକାବିଲାରେ ଚେନ୍ନାଇ କୋଲକାତା ନାଇଟ୍ ରାଇଡର୍ସକୁ ୭ ଓ୍ଵିକେଟ୍‌ରେ  ହରାଇଛି। କୋଲକାତା ଦ୍ଵାରା ଧାର୍ଯ୍ୟ ୧୩୮ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୭.୪ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଅପରାଜିତ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଶିବମ ଦୁବେ ୨୮ ଓ ଡାରିଲ ମିଚେଲ୍ ୨୫ ରନ କରିଛନ୍ତି। ଏହା ପୂର୍ବରୁ କୋଲକାତା ବ୍ୟାଟିଂ ବିଫଳତା ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୩୪ ରନ କରିଥିଲେ। ଏହି ବିଜୟ ପରେ ଚେନ୍ନାଇ ୫ମ ମ୍ୟାଚ୍‌ରୁ ତିନୋଟି ଜିତି ପଏଣ୍ଟ   ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ କୋଲକାତା ପ୍ରଥମ ପରାଜୟ ଭୋଗିଥିଲେ ହେଁ ଦ୍ଵିତୀୟ ସ୍ଥାନରେ ରହିଛି। 

Also read: କୋଟିକୋଟିରେ କିଣିଯାଇଥିବା ଫେଲ୍‌, ଲକ୍ଷରେ କିଣାଯାଇଥିବା ପ୍ଲେୟର୍‌ ଜିତାଇଲେ ମ୍ୟାଚ୍‌…

୧୩୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ୨୭ ରନ ସ୍କୋରରେ ରଚିନ ରବୀନ୍ଦ୍ରନ(୧୫)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଓ ଡାରିଲ ମିଚେଲ୍ କଳାତ୍ମକ କ୍ରିକେଟ୍ ଖେଳି ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ୨ୟ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ମିଚେଲ୍ ୨୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଶିବମ ଦୁବେ ୧୮ ବଲରୁ ୧ ଚୌକା ଓ ୩ ଛକା ସହ ୨୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଋତୁରାଜ ଗାଏକ୍ଵାଡ଼ ଅର୍ଦ୍ଧଶତକ ସହ ୫୮ ବଲରୁ ୬୭ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଧୋନୀ ୧ ରନ କରି ଅପରାଜିତ ଥିଲେ। ଚେନ୍ନାଇ ୧୭.୪ ଓଭରରେ ୩ ଓ୍ଵିକେଟ୍ ହରାଇ ୧୪୧ ରନ କରି ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତି ନେଇଛି। 

କେକେଆର ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାକୁ ପ୍ରଥମ ବଲରୁ ଝଟକା ଲାଗିଥିଲା। ଫିଲିପ ସଲ୍ଟ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଏହା ପରେ ସୁନିଲ ନାରିନ ଓ ଅଙ୍ଗକ୍ରିଷ ରଘୁବଂଶୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ରଘୁବଂଶୀ ୨୪ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଭେଙ୍କଟେଶ ଆୟର(୩) ନିରାଶ କରିଥିଲେ। ରମଣଦୀପ ସିଂ(୧୩) କିଛି ଖାସ୍ କରି ପାରି ନ ଥିଲେ। ଅଧିନାୟକ ଶ୍ରେୟସ ଆୟର ଗୋଟିଏ ପଟେ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ରିଙ୍କୁ ସିଂ(୯) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଆନ୍ଦ୍ରେ ରସେଲ(୧୦) ଆଜି ବିସ୍ଫୋରକ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଶ୍ରେୟସ ଆୟର ୩୪ ରନ କରି ଆଉଟ୍ ହୋଇଥିଲେ। ଶେଷରେ କୋଲକାତା ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। 

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଘାତକ ବୋଲିଂ କରି ୪ ଓଭରରେ ୧୮ ରନ ଦେଇ ୩ଟି ଓ ତୁଷାର ଦେଶପାଣ୍ଡେ ୩୩ ରନ ବିନିମୟରେ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ମୁସ୍ତାଫିଜୁର ରେହମାନ ୪ ଓଭରରେ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।