କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ

ବାସୁଦେବପୁର : ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଛି ।  ପରେ ଦମକଳ ବାହିନୀ ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ହେଲେ  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ଅତ୍ୟଧିକ ଗରମରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଗତକାଲି ରାତିରୁ ଉକ୍ତ କୋଇଲା ବୋଝେଇ ଟ୍ରକ 32 ଟନ କୋଇଲା ବୋଝେଇ କରି ଜାମୁଝାଡି ଅଭିମୁଖେ ଯାଉଥିବା ସମୟରେ ମନ୍ଦରୀ […] The post କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ appeared first on KNews Odisha.

କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ
truck fire

ବାସୁଦେବପୁର : ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରକ ଛିଡ଼ା ହୋଇଥିବା ବେଳେ ଅଚାନକ ନିଆଁ ଲାଗିଯାଇଛି ।  ପରେ ଦମକଳ ବାହିନୀ ନିଆଁକୁ ଲିଭାଇଥିବା ଦେଖିବାକୁ ମିଳିଛି । ହେଲେ  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା ଅତ୍ୟଧିକ ଗରମରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ଗତକାଲି ରାତିରୁ ଉକ୍ତ କୋଇଲା ବୋଝେଇ ଟ୍ରକ 32 ଟନ କୋଇଲା ବୋଝେଇ କରି ଜାମୁଝାଡି ଅଭିମୁଖେ ଯାଉଥିବା ସମୟରେ ମନ୍ଦରୀ ଛକ ନିକଟରେ ଡ୍ରାଇଭରକୁ ନିଦ ଆସିବାରୁ ଡ୍ରାଇଭର ଟ୍ରକକୁ ରାସ୍ତା ପାଖରେ ଛିଡା କରିଥିଲେ। ହେଲେ ଭୋର ସମୟରେ ହଟାତ ଟ୍ରକରୁ ଧୂଆଁ ବାହାରୁଥିବା ପଥଚାରି ଦେଖି ଡ୍ରାଇଭରକୁ ଡାକ ପକାଇଥିଲେ ।

ଡ୍ରାଇଭର ଉଠି ଗାଡ଼ିରେ ପାଣି ଢ଼ାଳିବା ପରେ ମଧ୍ୟ ଧୂଆଁକୁ ଆୟତ କରି ପାରିନଥିଲେ। ପରେ ଡ୍ରାଇଭର  ଗାଡିକୁ ବାସୁଦେବପୁର ଦମକଳ କାର୍ଯ୍ୟାଳୟ ନିକଟକୁ ନେଇଆସିଥିଲେ । ଦମକଳ ବାହିନୀ ଗାଡିକୁ ଚଢି ପାଣି ମାରି ଦୀର୍ଘ  ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

The post କୋଇଲା ଟ୍ରକରେ ନିଆଁ, ଲିଭାଇଲେ ଦମକଳ ବାହିନୀ appeared first on KNews Odisha.