କୋକସରା ସ୍ନାତକ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳନ

କଳାହାଣ୍ଡି:୧୧/୦୧(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ସ୍ନାତକ ମହାବିଦ୍ୟାଳୟ ରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ପ୍ରବାସୀ ଭାରତୀୟ ଦିବସ ର ବାର୍ତ୍ତା ଦେଇଥିଲେ। ଦ୍ଵିତୀୟ ଦିବସ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।।ଉଦଯାପିତ ଦିବସ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର […] The post କୋକସରା ସ୍ନାତକ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳନ appeared first on Odisha.News.

କୋକସରା ସ୍ନାତକ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳନ

କଳାହାଣ୍ଡି:୧୧/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ସ୍ନାତକ ମହାବିଦ୍ୟାଳୟ ରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ପ୍ରବାସୀ ଭାରତୀୟ ଦିବସ ର ବାର୍ତ୍ତା ଦେଇଥିଲେ। ଦ୍ଵିତୀୟ ଦିବସ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।।ଉଦଯାପିତ ଦିବସ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁବ୍ରତ କୁମାର ବେହେରା କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ମଞ୍ଚ ରେ ଉପସ୍ଥିତ ରହି ଭାରତ ସରକାର ଙ୍କ ପକ୍ଷରୁ ଓଡ଼ିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଦେଶ ର ଅର୍ଥନୀତି ବୃଦ୍ଧି ଉପରେ ଗୁରୁତ୍ୱାରୋପ ସହ ଆଲୋକପାତ କରିଥିଲେ। ଅଧ୍ୟାପକ ଐରି ନାଶନ ଚିନ୍ଦା ମଞ୍ଚ ସଂଯୋଜନା କରିଥିଲେ। ଅଧ୍ୟାପିକା କନକ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକା ଶୁଭଶ୍ରୀ ସାହୁ, ବେଦମତି ବାରିକ ସମେତ ମହାବିଦ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

The post କୋକସରା ସ୍ନାତକ ମହାବିଦ୍ୟାଳୟ ରେ ପ୍ରବାସୀ ଭାରତୀୟ ଦିବସ ପାଳନ appeared first on Odisha.News.