କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାମିଲ ହେବେ ଏକାଧିକ ମନ୍ତ୍ରୀ

ଭୁବନେଶ୍ବର ୨୬।୬: କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ଥର ପାଇ  କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀଙ୍କ ଅନୁରୋଧ ଆସିଥିଲା । ତାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବେ । ଶୁକ୍ରବାର ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ସରିଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରିପାରନ୍ତି ।You Can Read:ଖୁବ୍‌ଶୀଘ୍ର ସମାଧାନ ହେବ ଯାତ୍ରା ପାର୍ଟି ମାଲିକ ଓ କଳାକାର ବିବାଦ, ମଧ୍ୟସ୍ଥତା କରିବ ସଂସ୍କୃତି ବିଭାଗ 

କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାମିଲ ହେବେ ଏକାଧିକ ମନ୍ତ୍ରୀ

ଭୁବନେଶ୍ବର ୨୬।୬: କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ଥର ପାଇ  କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀଙ୍କ ଅନୁରୋଧ ଆସିଥିଲା । ତାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବେ । ଶୁକ୍ରବାର ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । 

ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ସରିଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରିପାରନ୍ତି ।


You Can Read:

ଖୁବ୍‌ଶୀଘ୍ର ସମାଧାନ ହେବ ଯାତ୍ରା ପାର୍ଟି ମାଲିକ ଓ କଳାକାର ବିବାଦ, ମଧ୍ୟସ୍ଥତା କରିବ ସଂସ୍କୃତି ବିଭାଗ