କୋର୍ଟରେ ହାଜର ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି

କଟକ,୧୬ା୩(କାର୍ତ୍ତିକ ସାହୁ): ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଶୁକ୍ରବାର ଗିରଫ କରିବା ପରେ ଶନିବାର ବାଲେଶ୍ୱର ଜିଲା ଓ ସ୍ବତନ୍ତ୍ର ଜଜ୍‌କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କ ଅପରାଧ ସମ୍ପର୍କିତ ଅଧିକ ପ୍ରମାଣ ସଂଗ୍ରହ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜଳେଶ୍ୱର ଥାନାରେ ଆଇଆଇସି ଥିବା ବେଳେ ଅଭିଯୁକ୍ତ ସାହୁ ବ୍ରାଉନସୁଗାର ମାଫିଆଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ମାଗିବା ଅଡିଓ […] The post କୋର୍ଟରେ ହାଜର ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି appeared first on Dharitri Odia News.

କୋର୍ଟରେ ହାଜର ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି

କଟକ,୧୬ା୩(କାର୍ତ୍ତିକ ସାହୁ): ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଶୁକ୍ରବାର ଗିରଫ କରିବା ପରେ ଶନିବାର ବାଲେଶ୍ୱର ଜିଲା ଓ ସ୍ବତନ୍ତ୍ର ଜଜ୍‌କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କ ଅପରାଧ ସମ୍ପର୍କିତ ଅଧିକ ପ୍ରମାଣ ସଂଗ୍ରହ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜଳେଶ୍ୱର ଥାନାରେ ଆଇଆଇସି ଥିବା ବେଳେ ଅଭିଯୁକ୍ତ ସାହୁ ବ୍ରାଉନସୁଗାର ମାଫିଆଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ମାଗିବା ଅଡିଓ ଭାଇରାଲ ହେବା ପରେ ତାଙ୍କୁ ଡିଜିପି ଚାକିରିରୁ ନିଲମ୍ବିତ କରିଥିଲେ। ତା’ପରଠାରୁ ସେ ଗିରଫ ଭୟରେ ଫେରାର ଥିଲେ। ପରବର୍ତ୍ତୀ ସମୟରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କ୍ରାଇମବ୍ରାଞ୍ଚ ତାଙ୍କୁ ଧରିବା ପାଇଁ ସେବେଠାରୁ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା। ତେବେ ସେ ତାଙ୍କ କଟକ ନରସିଂହପୁରସ୍ଥି ବାସଭବନରେ ଥିବା ଜଣାଯିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

The post କୋର୍ଟରେ ହାଜର ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି appeared first on Dharitri Odia News.