କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି?
ସୁଖ ସମୃଦ୍ଧିପାଇଁ ବାସ୍ତୁ ଅନେକଥର ଦେଖାଯାଏ, ଘରେ କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହିଥାଏ। ଘରର ଉନ୍ନତି ପଥରେ ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥାଏ, ରୋଗବ୍ୟାଧି ଲାଗି ରହିଥାଏ ଏମିତି ଅନେକ କିଛି। ବିଶ୍ୱାସ ରହିଛି, ଏସବୁ କୁଆଡ଼େ ବାସ୍ତୁଦୋଷ ପାଇଁ ହୋଇଥାଏ। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ… *ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି […] The post କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି? appeared first on Dharitri Odia News.
ସୁଖ ସମୃଦ୍ଧିପାଇଁ ବାସ୍ତୁ ଅନେକଥର ଦେଖାଯାଏ, ଘରେ କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହିଥାଏ। ଘରର ଉନ୍ନତି ପଥରେ ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥାଏ, ରୋଗବ୍ୟାଧି ଲାଗି ରହିଥାଏ ଏମିତି ଅନେକ କିଛି। ବିଶ୍ୱାସ ରହିଛି, ଏସବୁ କୁଆଡ଼େ ବାସ୍ତୁଦୋଷ ପାଇଁ ହୋଇଥାଏ। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
*ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡିପାରିବ ସେ ବ୍ୟବସ୍ଥା କରିବା ଦରକାର।
*ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେବା ଶୁଭ ହୋଇଥାଏ।
* ସପ୍ତାହକୁ ଥରେ ହେଉନା କାହିଁକି ଘରେ ଝୁଣା ଧୂଆଁ ଦେବା ସହ ପ୍ରତିଦିନ କର୍ପୂର ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଘରେ କେବେ ବି ଭଙ୍ଗାରୁଜା ଜିନିଷ ତଥା ଅଳିଆ ଆବର୍ଜନାକୁ ଗଦେଇ ରଖିବା ଠିକ୍ ନୁହେଁ। ଏହାର କୁପ୍ରଭାବ ଘରର ସୁଖଶାନ୍ତି ଉପରେ ପଡିଥାଏ।
* ବାସନକୁସନକୁ ଜୋର୍ରେ ଶବ୍ଦ କରି ମାଜିବା ଅଥବା ଖଡ୍ଖାଡ୍ କରିବା ମଧ୍ୟ ନକାରାତ୍ମକ ଊର୍ଜ୍ଜାକୁ ବଢାଇଥାଏ।
* ଘରେ ଲାଗିଥିବା କୌଣସି ଟ୍ୟାପ୍ରୁ ଯେମିତି ପାଣି ଲିକ୍ କରୁ ନଥିବ ସେଥିପ୍ରତି ଧ୍ୟାନ ଦେବା ଦରକାର।
* ବାଥ୍ରୁମ୍କୁ ସର୍ବଦା ସଫା ରଖିବା ସହ ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।
* ଘର ସମ୍ମୁଖରେ ଚପଲକୁ ଏଣେ ତେଣେ ଫେପାଡିବା ବି ଅଶାନ୍ତିର କାରଣ ହୋଇଥାଏ।
The post କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି? appeared first on Dharitri Odia News.