ଖଣ୍ଡଗିରି ବୈକୁଣ୍ଠଧାମରେ ବୁଲିବ ବୁଲଡୋଜର୍, ମହଙ୍ଗା ପଡିଲା ହାଇକୋର୍ଚରେ ମିଛ ସତ୍ୟପାଠ

ଭୁବନେଶ୍ୱର,୧୭/୦୧: ମାଟିରେ ମିଶିବ ଖଣ୍ଡଗିରି ବୈକୁଣ୍ଠ ଧାମ। ଗୁରୁବାର ମାଇକ ଯୋଗେ ବିଧିବଦ୍ଧ ଭାବେ ବିଡ଼ିଏ ପକ୍ଷରୁ ଘୋଷଣା କରାଯାଇଛି। ହାଇ କୋର୍ଟ ର ଛାଟ ପାଇବା ପରେ ବୈକୁଣ୍ଠ ଧାମ ର ସାମଗ୍ରୀ ଖାଲି କରାଯାଉଛି। ଯେଉଁ ସୌଖିନ ଟାଭେରା ଗାଡ଼ି ବାବାଙ୍କ ଯିବା ଆସିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ସେ ଗାଡ଼ିରେ କିଚେନ ସାମଗ୍ରୀ, ଦାମୀ ପର୍ଫୁମ୍, ଆରାମଦେୟ ଚୌକି, ଚାନ୍ଦୁଆ, ଧର୍ମୀୟ ପୁସ୍ତକ ବାବା ଙ୍କ ଡାୟେରୀ ଆଦି ଲଦା ହୋଇ ଯାଇଛି। ଗଣମାଧ୍ୟମ ସୁଟିଂ କରୁଥିବା ବେଳେ ବାବାଙ୍କ ଲୋକ ସାମଗ୍ରୀ ନେଇ ଯାଉଥିବା ଟାଟା ଏସି ଗାଡ଼ି ଚଢ଼େଇ ଦେବା ପାଇଁ ଡ୍ରାଇଭର ଙ୍କୁ ଉସ୍କାଉଥିବା ଦେଖା ଯାଇଥିଲା। ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠ ଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି। ତୁରନ୍ତ ସେ ସ୍ଥାନ ଛାଡି ଯିବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି। ଦିନ ୧୨ ଟା ସୁଦ୍ଧା ଉଛେଦ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ଘୋଷଣା କରାଯାଇଛି।ସାଧାରଣ  ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ  ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରାପଡ଼ିଗଲା । ଏହି  ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ  ହାଇକୋର୍ଟ କ୍ଷୁବ୍ଧ ହ

ଖଣ୍ଡଗିରି ବୈକୁଣ୍ଠଧାମରେ ବୁଲିବ ବୁଲଡୋଜର୍, ମହଙ୍ଗା ପଡିଲା ହାଇକୋର୍ଚରେ ମିଛ ସତ୍ୟପାଠ

ଭୁବନେଶ୍ୱର,୧୭/୦୧: ମାଟିରେ ମିଶିବ ଖଣ୍ଡଗିରି ବୈକୁଣ୍ଠ ଧାମ। ଗୁରୁବାର ମାଇକ ଯୋଗେ ବିଧିବଦ୍ଧ ଭାବେ ବିଡ଼ିଏ ପକ୍ଷରୁ ଘୋଷଣା କରାଯାଇଛି। ହାଇ କୋର୍ଟ ର ଛାଟ ପାଇବା ପରେ ବୈକୁଣ୍ଠ ଧାମ ର ସାମଗ୍ରୀ ଖାଲି କରାଯାଉଛି। ଯେଉଁ ସୌଖିନ ଟାଭେରା ଗାଡ଼ି ବାବାଙ୍କ ଯିବା ଆସିବା ପାଇଁ ବ୍ୟବହାର କରାଯାଉଥିବା ବେଳେ ସେ ଗାଡ଼ିରେ କିଚେନ ସାମଗ୍ରୀ, ଦାମୀ ପର୍ଫୁମ୍, ଆରାମଦେୟ ଚୌକି, ଚାନ୍ଦୁଆ, ଧର୍ମୀୟ ପୁସ୍ତକ ବାବା ଙ୍କ ଡାୟେରୀ ଆଦି ଲଦା ହୋଇ ଯାଇଛି। 

ଗଣମାଧ୍ୟମ ସୁଟିଂ କରୁଥିବା ବେଳେ ବାବାଙ୍କ ଲୋକ ସାମଗ୍ରୀ ନେଇ ଯାଉଥିବା ଟାଟା ଏସି ଗାଡ଼ି ଚଢ଼େଇ ଦେବା ପାଇଁ ଡ୍ରାଇଭର ଙ୍କୁ ଉସ୍କାଉଥିବା ଦେଖା ଯାଇଥିଲା। ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠ ଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି। ତୁରନ୍ତ ସେ ସ୍ଥାନ ଛାଡି ଯିବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି। ଦିନ ୧୨ ଟା ସୁଦ୍ଧା ଉଛେଦ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ଘୋଷଣା କରାଯାଇଛି।

ସାଧାରଣ  ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ  ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରାପଡ଼ିଗଲା । ଏହି  ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ  ହାଇକୋର୍ଟ କ୍ଷୁବ୍ଧ ହେଲେ । ରିହାତଦେଶ ହଟାଇବା  ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍‌ଡୋଜର ବୁଲିବ । ଏନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।  

ବୈକୁଣ୍ଠ ଧାମ ଉଚ୍ଛେଦରୁ ହାଇକୋର୍ଟ ଶୁକ୍ରବାର  ରିହାତଦେଶ ଉଠାଇବା ପରେ ବିଡିଏ ପକ୍ଷରୁ ଏକ  ବୈଠକ ବସିଥିଲା । ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ  ମନିଟରିଂ କମିଟି (ସିଇଏମ୍‌ସି) ପକ୍ଷରୁ ବସିଥିବା  ଏହି ବୈଠକରେ, ସାଧାରଣ ପ୍ରଶାସନ, ବିଏମ୍‌ସି,  ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।  ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ  ଭାଙ୍ଗିବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ଯୋଗାଇ ଦେବାକୁ  ବିଡିଏ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଛି ।  

ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ  ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮  କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ  ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା  ଦର୍ଶାଇଥିଲା । ଏହା ପରେ ଭାଙ୍ଗିବାକୁ ଦିନ ସ୍ଥିର  ହୋଇଥିଲା । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ତା  ପୂର୍ବଦିନ ତରବରିଆ ଭାବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ ଚିଠି ଦେଇଥିଲେ,  ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଥିଲା ।  

ଆଶ୍ଚର୍ଯ୍ୟର ବିଷୟ ହାଇକୋର୍ଟ ୬ ଦିନ ତଳୁ  ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିଡିଏ  ରହସ୍ୟଜନକ ଭାବେ ଚୁପ ବସିଥିଲା । ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ  ପରେ ଗୁରୁବାର ବିଡିଏ ନୋଟିସ ଜାରି କରିବା ସହ ଶୁକ୍ରବାର ଭାଙ୍ଗିବାକୁ ଦିନ ସ୍ଥିର କରିଛି।