ଖଣ୍ଡଦେଉଳି ପିଏମ୍‌ଶ୍ରୀ ସ୍କୁଲର ବାର୍ଷିକୋତ୍ସବ

ଗଞ୍ଜାମ,୪ା୪ (ବିଦ୍ୟାଧର ସାହୁ):ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପିଏମଶ୍ରୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡା.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ଡିପିସି ଅଧିକାରୀ ସଂଯୋଜିକା ସାବିତ୍ରୀ ବାଳା ଦାଶ, ଗଞ୍ଜାମ ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ଫୁଡ କର୍ପୋରେସନ ଇଣ୍ଡିଆର ସଦସ୍ୟ ଡା.ପ୍ରଶାନ୍ତ ନାୟକ, ସରପଞ୍ଚ ବୈରାଗି ବେହେରା, ସମିତିସଭ୍ୟା ଏସ୍‌.ସାବିତ୍ରୀ, ଏସ୍‌ଏମ୍‌ସି ସଭାପତି ରାମ ଜେନା, […] The post ଖଣ୍ଡଦେଉଳି ପିଏମ୍‌ଶ୍ରୀ ସ୍କୁଲର ବାର୍ଷିକୋତ୍ସବ appeared first on Dharitri Odia News.

ଖଣ୍ଡଦେଉଳି ପିଏମ୍‌ଶ୍ରୀ ସ୍କୁଲର ବାର୍ଷିକୋତ୍ସବ

ଗଞ୍ଜାମ,୪ା୪ (ବିଦ୍ୟାଧର ସାହୁ):ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପିଏମଶ୍ରୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡା.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ଡିପିସି ଅଧିକାରୀ ସଂଯୋଜିକା ସାବିତ୍ରୀ ବାଳା ଦାଶ, ଗଞ୍ଜାମ ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ଫୁଡ କର୍ପୋରେସନ ଇଣ୍ଡିଆର ସଦସ୍ୟ ଡା.ପ୍ରଶାନ୍ତ ନାୟକ, ସରପଞ୍ଚ ବୈରାଗି ବେହେରା, ସମିତିସଭ୍ୟା ଏସ୍‌.ସାବିତ୍ରୀ, ଏସ୍‌ଏମ୍‌ସି ସଭାପତି ରାମ ଜେନା, ସାମାଜୀକ କର୍ମୀ ସନ୍ତୋଷ ମହାପାତ୍ର, ରାଜ କିଶୋର ସ୍ବାଇଁ ପ୍ରମୁଖ ମଞ୍ଚସୀନ ଥିଲେ। ପୂର୍ବରୁ ଆୟୋଜିତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜନଜାତି ଶିକ୍ଷା ସଂଯୋଜକ ଡା.ସରୋଜ, ଶୈକ୍ଷିକ ସଂଯୋଜକ ସନ୍ତୋଷ ପଣ୍ଡା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ବଡ଼ଜେନା ବେଦ ପାଠ କରିଥିଲେ। ଶିକ୍ଷକ ବିଘ୍ନରାଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଧାୟକ ଅତିରିକ୍ତ ଶ୍ରେଣୀଗୃହ ପାଇଁ ଦଶଲକ୍ଷ ଅର୍ଥରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

The post ଖଣ୍ଡଦେଉଳି ପିଏମ୍‌ଶ୍ରୀ ସ୍କୁଲର ବାର୍ଷିକୋତ୍ସବ appeared first on Dharitri Odia News.