ଖରାଦିନେ ଆଖିର ଯତ୍ନ

ଖରାଦିନେ କେବଳ ଯେ ଚର୍ମର ଯତ୍ନ ନେବାକୁ ହୋଇଥାଏ ତାହା ନୁହେଁ ଆମ ଆଖି ମଧ୍ୟ ପ୍ରଖର ସୂର୍ଯ୍ୟ କିରଣ କାରଣରୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଚର୍ମ ସହିତ ଆମ ଆଖିକୁ ମଧ୍ୟ ସୂର୍ଯ୍ୟକିରଣରୁ ସୁରକ୍ଷା ଦେବାର ଅଛି । ତେବେ ଏଥିପାଇଁ କିଛି ଟ୍ରିକ ଆପଣାଇବାକୁ ପଡିବ, ଯାହାଫଳରେ ଆପଣ ଖରା ଦାଉରୁ ନିଜ ଆଖିକୁ ସୁରକ୍ଷିତ ରଖିପାରିବେ । କଳା ଚଷମା ପିନ୍ଧନ୍ତୁ ଖରାରେ ବାହାରକୁ ଯିବା ଆଗରୁ କଳା […]

ଖରାଦିନେ ଆଖିର ଯତ୍ନ
ଖରାଦିନେ ଆଖିର ଯତ୍ନ

ଖରାଦିନେ କେବଳ ଯେ ଚର୍ମର ଯତ୍ନ ନେବାକୁ ହୋଇଥାଏ ତାହା ନୁହେଁ ଆମ ଆଖି ମଧ୍ୟ ପ୍ରଖର ସୂର୍ଯ୍ୟ କିରଣ କାରଣରୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଚର୍ମ ସହିତ ଆମ ଆଖିକୁ ମଧ୍ୟ ସୂର୍ଯ୍ୟକିରଣରୁ ସୁରକ୍ଷା ଦେବାର ଅଛି । ତେବେ ଏଥିପାଇଁ କିଛି ଟ୍ରିକ ଆପଣାଇବାକୁ ପଡିବ, ଯାହାଫଳରେ ଆପଣ ଖରା ଦାଉରୁ ନିଜ ଆଖିକୁ ସୁରକ୍ଷିତ ରଖିପାରିବେ ।

କଳା ଚଷମା ପିନ୍ଧନ୍ତୁ
ଖରାରେ ବାହାରକୁ ଯିବା ଆଗରୁ କଳା ଚଷମା ପିନ୍ଧିବାକୁ ଯମାରୁ ଭୁଲନ୍ତୁ ନାହିଁ । ସେହିଭଳି ଯଦି ପାରୁଛନ୍ତି ତେବେ ୟୁଭି ପ୍ରେଟେକସନ୍‌ ଚଷମା ବ୍ୟବହାର କରିପାରିବେ । ସିଧା ସଳଖ ସୂର୍ଯ୍ୟ କିରଣ ପଡିଲେ ଆମ ଦୃଷ୍ଟିଶକ୍ତି କମ ହେବାର ସମ୍ଭାବନା ରହିଛି । ତେଣୁ କଳା ଚଷମା ପିନ୍ଧନ୍ତୁ, ଯାହା ଫଳରେ ଆଖି ସୁରକ୍ଷିତ ରହିବ ।

ହାଇଡ୍ରେଟ ରୁହନ୍ତୁ
ସବୁବେଳେ ଚେଷ୍ଟା କରନ୍ତୁ ଅଧିକ ପରିମାଣ ପାଣି ପିଇବାକୁ । ଖରାଦିନେ ବୋହୁଥିବା ଝାଞ୍ଜି କାରଣରୁ ଶୁଷ୍କ ଆଖି ହେବାର ସମ୍ଭାବନା ରହିଛି । ତେଣୁ ଯଦି ଶରୀର ଜଳୀୟ ଅଂଶ ଠିକ୍‌ ଥିବ, ଆଖିରେ ଲୁହ ପର୍ଯ୍ୟାପ୍ତ ପରିମାଣରେ ଉତ୍ପନ୍ନ ହେବ । ଆଖି ଭଲ ରହିବ ।

ସଠିକ୍‌ ଖାଦ୍ୟ
ଖରାଦିନେ ଦେଖିବାକୁ ମିଳୁଥିବା ବିଭିନ୍ନ ସମସ୍ୟା ଖାଦ୍ୟ ପେୟ କାରଣରୁ ମଧ୍ୟ ହୋଇଥାଏ । ତେଣୁ ଏହିଦିନେ ସଠିକ୍‌ ଢଙ୍ଗରେ ଖାଦ୍ୟ ଖାଇବାର ଅଛି । ଖାଦ୍ୟରେ ସେଥିପାଇଁ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌, ମିନେରାଲ୍ସ ଆଦି ସାମିଲ କରନ୍ତୁ । ସବୁବେଳେ ଶରୀରକୁ କିପରି ଭରପୂର ପୋଷଣ ମିଳିବ ସେନେଇ ଚେଷ୍ଟା କରନ୍ତୁ ।