ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ରୀ ଲହୁ ଲୁହାଣ

ବାଲିଗୁଡ଼ା,୧୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ। ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବା ବେଳେ ୫ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅଧୀନ ରୁତୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ଖାଇବା ସମୟରେ ଛାତ୍ରୀଙ୍କ ମଧ୍ୟରେ ଥଟ୍ଟାମଜା ହେଉଥିଲା। ସେତିକିବେଳେ ଖେଳ […] The post ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ରୀ ଲହୁ ଲୁହାଣ appeared first on Dharitri Odia News.

ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ରୀ ଲହୁ ଲୁହାଣ

ବାଲିଗୁଡ଼ା,୧୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ। ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବା ବେଳେ ୫ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅଧୀନ ରୁତୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ଖାଇବା ସମୟରେ ଛାତ୍ରୀଙ୍କ ମଧ୍ୟରେ ଥଟ୍ଟାମଜା ହେଉଥିଲା। ସେତିକିବେଳେ ଖେଳ ଶିକ୍ଷକ ରୋହିତ କୁମାର ଗୌଡ଼ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ୫ଜଣ ଛାତ୍ରୀଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଛାତ୍ରୀମାନେ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ମା’, ବାପାଙ୍କୁ ଜଣାଇଥିଲେ । ଗୁରୁବାର ସକାଳୁ ପରିବାର ଲୋକେ ଛାତ୍ରୀକୁ ନେଇ ବୁଡାଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ପରେ ସ୍କୁଲରେ ପହଞ୍ଚିଥିଲେ ।

ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଅନୁପସ୍ଥିତ ଥିବା ବେଳେ ଛାତ୍ରୀଙ୍କୁ ମାଡ଼ ଘଟଣାକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ମାଡ଼ ଘଟଣାକୁ ସ୍ବୀକାର କରିଛନ୍ତି ଖେଳ ଶିକ୍ଷକ ରୋହିତ କୁମାର ଗୌଡ଼ ।

ବିଭିନ୍ନ ସମୟରେ ବିଦ୍ୟାଳୟର କିଛି ଶିକ୍ଷୟିତ୍ରୀ, ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବାରମ୍ବାର ଛାତ୍ରୀଛାତ୍ରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନିଆଯାଉଥିବା ବେଳେ ବିଦ୍ୟାଳୟରେ ପାଠପଢାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

The post ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ରୀ ଲହୁ ଲୁହାଣ appeared first on Dharitri Odia News.