ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ଟ୍ରାଫିକ୍ ସମସ୍ୟା

ଭୁବନେଶ୍ବର ୧୨।୩: ଦୂର ହେବ ଭୁବନେଶ୍ବର ପଳାଶୁଣିରେ ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଯାହାକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।ତେବେ ଦିଲ୍ଲୀ ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପରେ ମୋହର ବାଜିଥିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି । ସାଂସଦ ଅପରାଜିତା କହିଛନ୍ତି, ସଂସଦୀୟ କ୍ଷେତ୍ରରେ ଗମନା ଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲି l ମନ୍ତ୍ରୀ ଭୁବନେଶ୍ୱର ସହରରେ ଟ୍ରାଫିକ୍ ଜାମ୍ ସମସ୍ୟା ହ୍ରାସ କରିବା ପାଇଁ ଗଙ୍ଗୁଆ ନାଳରେ ପଳାଶୁଣିରେ ଥିବା ସେତୁକୁ ୬ଲେନ୍ ବିଶିଷ୍ଟ କରିବା ପାଇଁ ୫୦ କୋଟି ଟଙ୍କାର ନୀତିଗତ ଅନୁମୋଦନ କରିଛନ୍ତି ।ଏହି ଅବସରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେଲା l ଏହି ସମସ୍ତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ l ଏହି ସମସ୍ତ ସହଯୋଗ ପାଇ

ଗଙ୍ଗୁଆ ନାଳରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ଟ୍ରାଫିକ୍ ସମସ୍ୟା

ଭୁବନେଶ୍ବର ୧୨।୩: ଦୂର ହେବ ଭୁବନେଶ୍ବର ପଳାଶୁଣିରେ ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଯାହାକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।

ତେବେ ଦିଲ୍ଲୀ ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ପଳାଶୁଣି ଗଙ୍ଗୁଆ ନାଳ ଉପରେ ଥିବା ବ୍ରିଜର ପ୍ରଶସ୍ତିକରଣ ତଥା ପଳାଶୁଣିରେ ଟ୍ରାଫିକ୍ ସମସ୍ୟାର ଦୂରିକରଣ ନେଇ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପରେ ମୋହର ବାଜିଥିବା ନେଇ ଭୁବନେଶ୍ବର ସାଂସଦ ସୂଚନା ଦେଇଛନ୍ତି । 

ସାଂସଦ ଅପରାଜିତା କହିଛନ୍ତି, ସଂସଦୀୟ କ୍ଷେତ୍ରରେ ଗମନା ଗମନ ସମ୍ୱନ୍ଧୀୟ ବିଭିନ୍ନ ବିଷୟ ନେଇ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲି l ମନ୍ତ୍ରୀ ଭୁବନେଶ୍ୱର ସହରରେ ଟ୍ରାଫିକ୍ ଜାମ୍ ସମସ୍ୟା ହ୍ରାସ କରିବା ପାଇଁ ଗଙ୍ଗୁଆ ନାଳରେ ପଳାଶୁଣିରେ ଥିବା ସେତୁକୁ ୬ଲେନ୍ ବିଶିଷ୍ଟ କରିବା ପାଇଁ ୫୦ କୋଟି ଟଙ୍କାର ନୀତିଗତ ଅନୁମୋଦନ କରିଛନ୍ତି ।

ଏହି ଅବସରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେଲା l ଏହି ସମସ୍ତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ l ଏହି ସମସ୍ତ ସହଯୋଗ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ଅପରାଜିତା ।

You Can Read:

ବାଇକ୍-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦପଉ ଜଣଙ୍କ ଜୀବନ