ଗଛରେ ପିଟିହେଲା ବାଇକ୍, ୨ ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ୍ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମର ଟାଏସନ ପ୍ରଧାନ (୨୭) ଓ ତଜରବାଡ଼ି ଗ୍ରାମର କିଲିଆନ ପ୍ରଧାନ (୧୯)। ସେମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତରେ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା […] The post ଗଛରେ ପିଟିହେଲା ବାଇକ୍, ୨ ଯୁବକ ଗୁରୁତର appeared first on Dharitri Odia News.
ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ୍ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମର ଟାଏସନ ପ୍ରଧାନ (୨୭) ଓ ତଜରବାଡ଼ି ଗ୍ରାମର କିଲିଆନ ପ୍ରଧାନ (୧୯)। ସେମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତରେ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଦୁହିଁଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, ଦୁହେଁ ମିଶି ଏକ ବାଇକ୍ ଯୋଗେ ଦାରିଙ୍ଗବାଡ଼ିରୁ ନିଜ ଗାଁକୁ ଯିବା ବେଳେ ସିମନବାଡି ଛକ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଗଛ ସହ ଧକ୍କା ହୋଇଥିଲା। ଫଳରେ ୨ ଗୁରୁତର ହୋଇଥିଲେ।
The post ଗଛରେ ପିଟିହେଲା ବାଇକ୍, ୨ ଯୁବକ ଗୁରୁତର appeared first on Dharitri Odia News.