ଗଣେଷ ଚତୁର୍ଥୀରେ ଘରକୁ ଆଣନ୍ତୁ ଗଣପତିଙ୍କର ଏପରି ମୂର୍ତ୍ତି, ଦେବୀ ଲକ୍ଷ୍ମୀଙ୍କର ହେବ ଆଗମନ !

ନୂଆଦିଲ୍ଲୀ ୦୫।୦୯: ପ୍ରଥମ ପୂଜ୍ୟ ଗଣପତି । ହିନ୍ଦୁ ଧର୍ମରେ ଗଣେଶଙ୍କର ରହିଛି ବେଶ ମହତ୍ତ୍ବ । କୌଣସି ବି ଧାର୍ମିକ ପୂଜା ହେଉ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କ ଉପାସନା ଶାସ୍ତ୍ରରେ ସର୍ବୋତ୍ତମ ବୋଲି ବର୍ଣ୍ଣନା କରାଯାଇଛି । ହିନ୍ଦୁ ପୁରାଣ ଅନୁଯାୟୀ ଗଣେଶ ପୂଜା ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରି ତାଙ୍କୁ ୧୦ ଦିନ ଯାଏଁ ତାଙ୍କର ପୂଜା କରାଯାଇଥାଏ । ତେବେ ଗଣପତିଙ୍କ ମୂର୍ତ୍ତିକୁ କିଣିବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ରଖିବା ଅତ୍ୟନ୍ତୁ ଜରୁରୀ । ଆସନ୍ତୁ ଜାଣବା ସେଗୁଡିକ ବିଷୟରେ... ଭଗବାନ ଗଣେଶଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତିର ରହିଛି ଭିନ୍ନ ମହତ୍ତ୍ୱ । ଯାହାଙ୍କୁ ଘରକୁ ଆଣିବା ଦ୍ବାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଭଗବାନ ଗଣେଶଙ୍କର ବସିଥିବା ମୁଦ୍ରା ଏବଂ ବାମ ଆଡକୁ ଢଳି ହୋଇ ରହିଥିବା ଶୁଣ୍ଢ ମୂର୍ତ୍ତି ସବୁଠାରୁ ଶୁଭ ବିବେଚନା କରାଯାଏ । ଗଣପତିଙ୍କର ଏପରି ପ୍ରତିମା ଘରକୁ ଆଣିବା ଦ୍ବାରା ଘରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ଆସିଥାଏ ବୋଲି ବିଶ୍ୱାସ କରାଯାଏ। ଭଗବାନ ଗଣେଶଙ୍କ ପ୍ରତିମା କିଣିବାବେଳେ ବିଶେଷ ଧ୍ୟାନ ଦେବା ଉଚିତ ଯେ ଗଣପତି ବାପ୍ପାଙ୍କ ମୂର୍ତ୍ତିରେ ମୂଷା ଏବଂ ହାତରେ ମୋଦକ ରହିଥିବା ଆବଶ୍ୟକ। ଏପରି ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ । ମୂର୍ତ୍ତି କିଣିବ

ଗଣେଷ ଚତୁର୍ଥୀରେ ଘରକୁ ଆଣନ୍ତୁ ଗଣପତିଙ୍କର ଏପରି ମୂର୍ତ୍ତି, ଦେବୀ ଲକ୍ଷ୍ମୀଙ୍କର ହେବ ଆଗମନ !

ନୂଆଦିଲ୍ଲୀ ୦୫।୦୯: ପ୍ରଥମ ପୂଜ୍ୟ ଗଣପତି । ହିନ୍ଦୁ ଧର୍ମରେ ଗଣେଶଙ୍କର ରହିଛି ବେଶ ମହତ୍ତ୍ବ । କୌଣସି ବି ଧାର୍ମିକ ପୂଜା ହେଉ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କ ଉପାସନା ଶାସ୍ତ୍ରରେ ସର୍ବୋତ୍ତମ ବୋଲି ବର୍ଣ୍ଣନା କରାଯାଇଛି । 

ହିନ୍ଦୁ ପୁରାଣ ଅନୁଯାୟୀ ଗଣେଶ ପୂଜା ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରି ତାଙ୍କୁ ୧୦ ଦିନ ଯାଏଁ ତାଙ୍କର ପୂଜା କରାଯାଇଥାଏ । 

ତେବେ ଗଣପତିଙ୍କ ମୂର୍ତ୍ତିକୁ କିଣିବା ବେଳେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ରଖିବା ଅତ୍ୟନ୍ତୁ ଜରୁରୀ । ଆସନ୍ତୁ ଜାଣବା ସେଗୁଡିକ ବିଷୟରେ... ଭଗବାନ ଗଣେଶଙ୍କର ବିଭିନ୍ନ ପ୍ରକାରର ମୂର୍ତ୍ତିର ରହିଛି ଭିନ୍ନ ମହତ୍ତ୍ୱ । ଯାହାଙ୍କୁ ଘରକୁ ଆଣିବା ଦ୍ବାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । 

ଭଗବାନ ଗଣେଶଙ୍କର ବସିଥିବା ମୁଦ୍ରା ଏବଂ ବାମ ଆଡକୁ ଢଳି ହୋଇ ରହିଥିବା ଶୁଣ୍ଢ ମୂର୍ତ୍ତି ସବୁଠାରୁ ଶୁଭ ବିବେଚନା କରାଯାଏ । ଗଣପତିଙ୍କର ଏପରି ପ୍ରତିମା ଘରକୁ ଆଣିବା ଦ୍ବାରା ଘରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ଆସିଥାଏ ବୋଲି ବିଶ୍ୱାସ କରାଯାଏ। 

ଭଗବାନ ଗଣେଶଙ୍କ ପ୍ରତିମା କିଣିବାବେଳେ ବିଶେଷ ଧ୍ୟାନ ଦେବା ଉଚିତ ଯେ ଗଣପତି ବାପ୍ପାଙ୍କ ମୂର୍ତ୍ତିରେ ମୂଷା ଏବଂ ହାତରେ ମୋଦକ ରହିଥିବା ଆବଶ୍ୟକ। ଏପରି ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ । 

ମୂର୍ତ୍ତି କିଣିବା ବେଳେ ମୂର୍ତ୍ତିର ରଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଭଗବାନ ଗଣେଶଙ୍କ ମୂର୍ତ୍ତି ସିନ୍ଦୁର ରଙ୍ଗର ଆଣିବା ଶୁଭ ହୋଇଥାଏ ।ଏପରି ପ୍ରତିମା ଘରକୁ ଆଣିବା ଦ୍ବାରା ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ସିନ୍ଦୁର ରଙ୍ଗ ବ୍ୟତୀତ ଧଳା ମୂର୍ତ୍ତି ଆଣିବା ଦ୍ବାରା ଘରକୁ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । 

ଉତ୍ତର ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନ କରିବା ଶୁଭ ହୋଇଥାଏ । ଏହି ଦିଗ ମାତା ଲକ୍ଷ୍ମୀ ଏବଂ ଭଗବାନ ଶିବଙ୍କ ଦିଗ ବୋଲି ବିବେଚନା କରାଯାଏ । ଭଗବାନ ଗଣେଶଙ୍କ ମୁହଁକୁ ଏହି ଦିଗରେ ରଖିବା ଦ୍ବାରା ଘରେ ଦେବୀ ଲକ୍ଷ୍ମୀଙ୍କ ଆଗମନ ହେବା  ସହ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।