ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଦୋକାନ ମାଲିକ ପ୍ରକାଶ ମହାପାତ୍ରଙ୍କ କହିବା ଅନୁସାରେ, ରାତିରେ ଘଡ଼ଘଡ଼ି ସହ ବର୍ଷା ହେଉଥିଲା। ଫଳରେ ଦୋକାନରେ କରେଣ୍ଟ ନ ଥିଲା। କିନ୍ତୁ ବର୍ଷା ଘଡ଼ଘଡ଼ି କମିବା ପରେ କରେଣ୍ଟ ଆସିଥିଲା। ପରବର୍ତ୍ତୀ ସମୟରେ ଦୋକାନର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଧୂଆଁ […] The post ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ appeared first on Dharitri Odia News.

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ଦୋକାନ ମାଲିକ ପ୍ରକାଶ ମହାପାତ୍ରଙ୍କ କହିବା ଅନୁସାରେ, ରାତିରେ ଘଡ଼ଘଡ଼ି ସହ ବର୍ଷା ହେଉଥିଲା। ଫଳରେ ଦୋକାନରେ କରେଣ୍ଟ ନ ଥିଲା। କିନ୍ତୁ ବର୍ଷା ଘଡ଼ଘଡ଼ି କମିବା ପରେ କରେଣ୍ଟ ଆସିଥିଲା। ପରବର୍ତ୍ତୀ ସମୟରେ ଦୋକାନର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଧୂଆଁ ବାହାରିଥିଲା। ପରେ ଦୋକାନରେ ନିଆଁ ଲାଗି ଏହା ଚାରିଆଡ଼େ ବ୍ୟାପୀ ଯାଇଥିଲା। ଫଳରେ ଦୋକାନରେ ଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମସ୍ତ ଗିଫ୍ଟ ଆଇଟମ୍‌ ପୋଡ଼ିଜଳି ନଷ୍ଟ ହୋଇଯାଇଛି। ଏପରିକି ତାଙ୍କର ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ ମଧ୍ୟ ପୋଡ଼ିଯାଇଥିବା ଦୋକାନୀ ପ୍ରକାଶ କହିଛନ୍ତି।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନ ପୋଡ଼ି ନଷ୍ଟ ହୋଇଯାଇଥିଲା। ଶର୍ଟସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ କୁମାର ଭଟ୍ଟ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।

The post ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ appeared first on Dharitri Odia News.