ଗିରଫ ହେଲେ କୁବେର ଯନ୍ତ୍ରୀ ସୁନୀଲ ରାଉତ, ଦୁଇ ଦିନର ଚଢ଼ାଉ ପରେ ଗିରଫ କଲା ଭିଜିଲାନ୍ସ

ଗିରଫ ହେଲେ କୁବେର ଯନ୍ତ୍ରୀ । ଦୁଇ ଦିନର ଚଢ଼ାଉ ପରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୁତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ରେଡ୍ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ଆୟର ୨୫୭ ପ୍ରତିଶତ ସମ୍ପତ୍ତି ଠାବ ହୋଇଛି।  ମାଳ ମାଳ ପ୍ଲଟ, ଏକାଧିକ ବହୁତଳ କୋଠା, ବିସ୍ତୀର୍ଣ୍ଣ ଫାର୍ମ ହାଉସ, ନଗଦ […] The post ଗିରଫ ହେଲେ କୁବେର ଯନ୍ତ୍ରୀ ସୁନୀଲ ରାଉତ, ଦୁଇ ଦିନର ଚଢ଼ାଉ ପରେ ଗିରଫ କଲା ଭିଜିଲାନ୍ସ appeared first on KNews Odisha.

ଗିରଫ ହେଲେ କୁବେର ଯନ୍ତ୍ରୀ ସୁନୀଲ ରାଉତ, ଦୁଇ ଦିନର ଚଢ଼ାଉ ପରେ ଗିରଫ କଲା ଭିଜିଲାନ୍ସ
SUNIL

ଗିରଫ ହେଲେ କୁବେର ଯନ୍ତ୍ରୀ । ଦୁଇ ଦିନର ଚଢ଼ାଉ ପରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୁତ ସଂମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ରେଡ୍ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କ ଆୟର ୨୫୭ ପ୍ରତିଶତ ସମ୍ପତ୍ତି ଠାବ ହୋଇଛି।  ମାଳ ମାଳ ପ୍ଲଟ, ଏକାଧିକ ବହୁତଳ କୋଠା, ବିସ୍ତୀର୍ଣ୍ଣ ଫାର୍ମ ହାଉସ, ନଗଦ ଅର୍ଥ ଓ ବ୍ୟଙ୍କ ଜମା ଠାବ ହୋଇଛି । ପ୍ରାୟ ୧ କେଜି ସୁନା ଓ ଅଧ କେଜି ଓଜନର ରୁପା ଜବତ ହୋଇଛି ।

ଜବତ ସୁନାର ଓଜନ ୯୩୪ ଗ୍ରାମ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଏହା ବାଦ ୨ କୋଟି ୮୪ ଲକ୍ଷ ଟଙ୍କାର ଜମା ପାଇଛି ଭିଜିଲାନ୍ସ। ଏଥିରେ ରହିଛି ୧.୮୬କୋଟି ଟଙ୍କାର ବିଭିନ୍ନ ଇନସୁରାନସ କମ୍ପାନୀରେ ଡିପୋଜିଟ୍ ଓ ୯୮ ଲକ୍ଷ ୧୧ ହଜାର ଟଙ୍କାର ବ୍ୟାଙ୍କ ଜମା ରାଶି। ଏଥିସହ ୨ଲକ୍ଷ ୩୪ ହଜାର ଟଙ୍କାର କ୍ୟାସ ମଧ୍ୟ ଜବତ ହୋଇଛି। ୩୪ଟି ପ୍ଲଟ ଠାବ ହୋଇଛି। ରାଜ୍ୟ ବାହାରେ ବି ରହିଛି ସମ୍ପତ୍ତି। ମଥୁରାରେ କୁବେର ଯନ୍ତ୍ରୀଙ୍କର ରହିଛି ୨ଟି ଫ୍ଲାଟ୍। ସେହିପରି ଢେଙ୍କାନାଳ ସପ୍ତଶଯ୍ୟାରେ ରହିଛି ୮ ଏକର ପରିମିତ ବିଶାଳ ଫାର୍ମ ହାଉସ। ଏହା ଭିତରେ ଦୁଇ ମହଲାର ସୁରମ୍ୟ କୋଠା ରହିଛି। ଏବେ ବି ଇଞ୍ଜିନିୟରଙ୍କ ସମ୍ପତ୍ତିର ଆକଳନ ସରିନି। ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।

The post ଗିରଫ ହେଲେ କୁବେର ଯନ୍ତ୍ରୀ ସୁନୀଲ ରାଉତ, ଦୁଇ ଦିନର ଚଢ଼ାଉ ପରେ ଗିରଫ କଲା ଭିଜିଲାନ୍ସ appeared first on KNews Odisha.