ଗୁଗୁଲ ମ୍ୟାପ କାଳ ହେଲା, ଭୁଲ ରାସ୍ତାରେ ଯାଇ ଫସିଲା ଟ୍ରଲର : ବିଶ୍ୱନାଥପୁର- ମୂଷାନାଳ ଯାତାୟତ ଠପ
କଳାହାଣ୍ଡି, ୨୯/୦୯-ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ନିକଟସ୍ଥ କାର୍ଜୀ ମାଝୀ ଛକରେ ଫଶିଛି ଏକ ଲୁହା ପାଇପ ବୋଝେଇ ଟ୍ରଲର। ଟ୍ରଲରଟି ମଝି ରାସ୍ତାରେ ଅଟକି ରହିଯିବାରୁ ବିଶ୍ୱନାଥପୁର- ମୂଷାନାଳ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଆଜି ଅପରାହ୍ନ ୩ଟା ସମୟରେ ଟ୍ରଲରଟି ହଠାତ ରାସ୍ତାକଡ଼ରେ ଦବି ଯିବାରୁ ରାସ୍ତା ଅବରୋଧ ହୋଇଯାଇଛି। ଦୀର୍ଘ ସମୟ ଧରି ଟ୍ରଲରଟି ରାସ୍ତାରେ ଫଶିଥିବାବେଳେ ରାସ୍ତାରେ ଯାନବାହନ ଅଟକି ରହିଛି। ସୂଚନାଯୋଗ୍ୟ, ବିଶାଖାପାଟଣାରୁ ଲୁହା ବୋଝେଇ କରି ଛତିଶଗଡ଼ […] The post ଗୁଗୁଲ ମ୍ୟାପ କାଳ ହେଲା, ଭୁଲ ରାସ୍ତାରେ ଯାଇ ଫସିଲା ଟ୍ରଲର : ବିଶ୍ୱନାଥପୁର- ମୂଷାନାଳ ଯାତାୟତ ଠପ appeared first on Odisha.News.

କଳାହାଣ୍ଡି, ୨୯/୦୯-ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ନିକଟସ୍ଥ କାର୍ଜୀ ମାଝୀ ଛକରେ ଫଶିଛି ଏକ ଲୁହା ପାଇପ ବୋଝେଇ ଟ୍ରଲର। ଟ୍ରଲରଟି ମଝି ରାସ୍ତାରେ ଅଟକି ରହିଯିବାରୁ ବିଶ୍ୱନାଥପୁର- ମୂଷାନାଳ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଛି। ଆଜି ଅପରାହ୍ନ ୩ଟା ସମୟରେ ଟ୍ରଲରଟି ହଠାତ ରାସ୍ତାକଡ଼ରେ ଦବି ଯିବାରୁ ରାସ୍ତା ଅବରୋଧ ହୋଇଯାଇଛି। ଦୀର୍ଘ ସମୟ ଧରି ଟ୍ରଲରଟି ରାସ୍ତାରେ ଫଶିଥିବାବେଳେ ରାସ୍ତାରେ ଯାନବାହନ ଅଟକି ରହିଛି। ସୂଚନାଯୋଗ୍ୟ, ବିଶାଖାପାଟଣାରୁ ଲୁହା ବୋଝେଇ କରି ଛତିଶଗଡ଼ ରାଜ୍ୟ ରାୟଗଡ଼କୁ ଯାଉଥିବାବେଳେ ରାସ୍ତା ଭୁଲି କଲ୍ୟାଣ ସିଂହପୁର, ବିଜେପୁର, ମୂଷାନାଳ, ବନ୍ଧପାରୀ ଦେଇ ବିଶ୍ଵନାଥପୁର ପଟେ ଆସୁଥିଲା। ତେବେ ବିଶ୍ୱନାଥପୁର- ପୋଖରୀବନ୍ଧ ମୁଖ୍ୟ ରାସ୍ତା ମାତ୍ର ୧୦୦ ମିଟର ଦୂରତା ଥିବାବେଳେ ଅନ୍ୟ ଏକ ବାଇକକୁ ସାଇଡ ଦେବାକୁ ଯାଇ ରାସ୍ତାରେ ଫଶି ଯାଇଥିଲା। ତେବେ ଦୀର୍ଘ ସମୟ ଧରି ଟ୍ରଲରଟି ଫଶି ରହିଥିବାବେଳେ ବିଶ୍ୱନାଥପୁର- ମୂଷାନାଳ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଇଛି। ଖବର ପାଇ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି।
The post ଗୁଗୁଲ ମ୍ୟାପ କାଳ ହେଲା, ଭୁଲ ରାସ୍ତାରେ ଯାଇ ଫସିଲା ଟ୍ରଲର : ବିଶ୍ୱନାଥପୁର- ମୂଷାନାଳ ଯାତାୟତ ଠପ appeared first on Odisha.News.