ଗ୍ରୁପ୍‌ ‘ବି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ଗୋଆର ଫତୋର୍ଦାସ୍ଥିତ ପିଏନ୍‌ଜି ଷ୍ଟାଡିୟମରେ ଭାଉସାହେବ ବନ୍ଦୋଦକର ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭାଉସାହେବ ବନ୍ଦୋଦକରଙ୍କ ନାମରେ ନାମିତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ସିନିୟର ଦଳ ଅଂଶଗ୍ରହଣ କରିବ। ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ବି’ରେ ଚେନ୍ନାଇନ୍‌ ଏଫ୍‌ସି, ଆର୍ଜେଣ୍ଟିନାର କ୍ଲବ ଡିପୋର୍ଟିଭେ ଡିଫେନ୍ସା ଓ୍ବାଇ ଜଷ୍ଟିକା ଓ ଚର୍ଚ୍ଚିଲ ବ୍ରଦର୍ସ ସହିତ ସ୍ଥାନ […] The post ଗ୍ରୁପ୍‌ ‘ବି’ରେ ଓଡ଼ିଶା ଏଫ୍‌ସି appeared first on Dharitri Odia News.

ଗ୍ରୁପ୍‌ ‘ବି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ଗୋଆର ଫତୋର୍ଦାସ୍ଥିତ ପିଏନ୍‌ଜି ଷ୍ଟାଡିୟମରେ ଭାଉସାହେବ ବନ୍ଦୋଦକର ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭାଉସାହେବ ବନ୍ଦୋଦକରଙ୍କ ନାମରେ ନାମିତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ସିନିୟର ଦଳ ଅଂଶଗ୍ରହଣ କରିବ। ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ବି’ରେ ଚେନ୍ନାଇନ୍‌ ଏଫ୍‌ସି, ଆର୍ଜେଣ୍ଟିନାର କ୍ଲବ ଡିପୋର୍ଟିଭେ ଡିଫେନ୍ସା ଓ୍ବାଇ ଜଷ୍ଟିକା ଓ ଚର୍ଚ୍ଚିଲ ବ୍ରଦର୍ସ ସହିତ ସ୍ଥାନ ପାଇଛି। ପ୍ରି-ସିଜନ ପ୍ରସ୍ତୁତି ପାଇଁ ଏହି ପ୍ରତିଯୋଗିତା ଓଡ଼ିଶା ଏଫ୍‌ସି ଲାଗି ଗୁରୁତ୍ୱପୂର୍ଣ୍ଣ। ଏଥିରେ ଭଲ ଅଭ୍ୟାସ ସହ ଦଳ ଆଗାମୀ ଆଇଏସ୍‌ଏଲ୍‌ ସିଜନ ପାଇଁ ରଣନୀତି ପ୍ରସ୍ତୁତ କରିପାରିବ। ”ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରିଛି। ଆଇଏସଏଲ୍‌ର ପ୍ରି-ସିଜନରେ ଦଳକୁ ପ୍ରସ୍ତୁତ କରିବା ପାଇଁ ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଆଭଳି ଏକ ସୁନ୍ଦର ସ୍ଥାନରେ ଭଲ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷରେ ଲଢ଼ିବାପାଇଁ ଆମେ ପ୍ରସ୍ତୁତ“ ବୋଲି ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ୨୫ ତାରିଖରେ ଓ୍ବାଇ ଜଷ୍ଟିକା ବିପକ୍ଷରେ ଖେଳି ଓଡ଼ିଶା ଏଫ୍‌ସି ଅଭିଯାନ ଆରମ୍ଭ କରିବ। ପରେ ୨୮ରେ ଚେନ୍ନାଇନ୍‌ ଏବଂ ୩୧ରେ ଚର୍ଚ୍ଚିଲ ବ୍ରଦର୍ସକୁ ଭେଟିବ।

The post ଗ୍ରୁପ୍‌ ‘ବି’ରେ ଓଡ଼ିଶା ଏଫ୍‌ସି appeared first on Dharitri Odia News.