ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ…

ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରୟସେ ଫ୍ୟାକ୍ଟ୍ରିରେ କାମସାରି ଗତ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ପ୍ରଶାନ୍ତ ପାତ୍ର […] The post ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ… appeared first on Dharitri Odia News.

ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ…

ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରୟସେ ଫ୍ୟାକ୍ଟ୍ରିରେ କାମସାରି ଗତ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୩୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଏସଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କ ପଦ୍ମନାଭପୁର ଘରକୁ ଆସି ତାଙ୍କ ମା ଓ ଭାଇଙ୍କୁ ହତ୍ୟା ଧମକ ଦେଇଥିଲେ। ପ୍ରାୟ ୧ ସପ୍ତାହ ହେଲା ଅଭିଯୁକ୍ତ ତାଙ୍କ ମାଆଙ୍କୁ ରସ ଫ୍ଯାକ୍ଟ୍ରି ନିକଟରେ ରହି ପିଛା କରୁଥିଲେ। ଅଭିଯୁକ୍ତ ତାଙ୍କୁ ଫୋନ କରି ତାଙ୍କ ମାଙ୍କୁ କଲିକତା ନେଇ ଯାଉଛୁ। ୧୫ ଦିନ ପରେ ତାଙ୍କୁ ଛଡ଼ାଯିବ ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଥିଲା। ତଦନ୍ତକାରୀ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଶେଷରେ କେ.ନୂଆଗାଁ ଥାନା ଖମାରି ଗାଁ ଅଞ୍ଚଳରୁ ଅପହୃତ ମହିଳାଙ୍କୁ ଉଦ୍ଧାର କରାଯାଇଛି।

The post ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ… appeared first on Dharitri Odia News.