ଚନ୍ଦ୍ରର ଅନ୍ଧାରୁଆ କ୍ଷେତ୍ରରୁ ନମୁନା ଆଣିବ ଚାଙ୍ଗ'ଇ-୬, ୫୩ ଦିନରେ ପୃଥିବୀକୁ ଫେରିବ

ଚୀନ ୦୪/୦୫:  ଭାରତର ଚନ୍ଦ୍ରଯାନ-୩ ମିଶନ ପରେ ଚୀନ୍‌ ଏବେ ନିଜର ଚନ୍ଦ୍ର ମିଶନ ଉତ୍‌କ୍ଷେପଣ କରିଛି । ନାଁ- ଚାଙ୍ଗ୍‌’ଇ-୬ । ହେନାନ ଦ୍ୱୀପର ୱେନ୍‌ଚାଙ୍ଗ ସ୍ପେସ୍‌ ସାଇଟ୍‌ରୁ ମାର୍ଚ୍ଚ-୫ ୱାଇବି ରକେଟ୍‌ରେ ଏହାର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରର ସୁଦୂର କ୍ଷେତ୍ର(ଅନ୍ଧାରୁଆ ଅଞ୍ଚଳ)କୁ ଯାଇ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଆସିବା ଚୀନ୍‌ର ଏହି ଚନ୍ଦ୍ର ମିଶନ୍‌ର ଲକ୍ଷ୍ୟ । ଚାଙ୍ଗ୍‌’ଇ-୬ ମିଶନ ୫୩ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହିବ । ଅର୍ଥାତ୍‌ ଆସନ୍ତା ଜୁନ୍‌ ୨୫ ତାରିଖରେ ଏହା ପୃଥିବୀକୁ ଫେରିବ । ଚାଙ୍ଗ୍‌’ଇ-୬ରେ ପାକିସ୍ତାନର ଆଇକ୍ୟୁବ୍‌-କ୍ୟୁ ସାଟେଲାଇଟ୍‌ ଲାଗିଛି । ଏଥିରେ ଦୁଇଟି କ୍ୟାମେରା ଅଛି, ଯାହା ଚନ୍ଦ୍ରପୃଷ୍ଠର ଚିତ୍ର ଉତ୍ତୋଳନ କରିବ । ଖାସ୍‌ କଥା ହେଉଛି, ପାକିସ୍ତାନ ଏହାକୁ ନିଜର ଚନ୍ଦ୍ର ମିଶନ୍‌ କହୁଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପାକିସ୍ତାନ ନିଜର ସାଟେଲାଇଟ୍‌ ମୁନ୍‌ ମିଶନ ଲଞ୍ଚ୍‌ କରିଛି । ଏହାକୁ ଦେଶର ଐତିହାସିକ ମିଶନ୍‌ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଚନ୍ଦ୍ରକୁ ସଫଳ ଉପଗ୍ରହ ଉତ୍‌କ୍ଷେପଣ ଲାଗି ଦେଶର ବୈଜ୍ଞାନିକ ଓ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଚାଙ୍ଗ୍‌’ଇ-୬ ପ୍ରଥମେ କିଛି ଦିନ ପୃଥିବୀ କକ୍ଷରେ ଗତି କରିବ, ତା’ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୨୦୩୦ ମସିହା ବେଳକୁ ଚନ୍ଦ୍ରରେ ମାନବ ଅବତରଣର ଲକ୍ଷ୍ୟ ରଖିଛି ଚୀନ୍‌ । ସଦ୍ୟ ମିଶନ ମଧ୍ୟ ଏହି ଲକ୍ଷ୍

ଚନ୍ଦ୍ରର ଅନ୍ଧାରୁଆ କ୍ଷେତ୍ରରୁ ନମୁନା ଆଣିବ ଚାଙ୍ଗ'ଇ-୬, ୫୩ ଦିନରେ ପୃଥିବୀକୁ ଫେରିବ

ଚୀନ ୦୪/୦୫:  ଭାରତର ଚନ୍ଦ୍ରଯାନ-୩ ମିଶନ ପରେ ଚୀନ୍‌ ଏବେ ନିଜର ଚନ୍ଦ୍ର ମିଶନ ଉତ୍‌କ୍ଷେପଣ କରିଛି । ନାଁ- ଚାଙ୍ଗ୍‌’ଇ-୬ । ହେନାନ ଦ୍ୱୀପର ୱେନ୍‌ଚାଙ୍ଗ ସ୍ପେସ୍‌ ସାଇଟ୍‌ରୁ ମାର୍ଚ୍ଚ-୫ ୱାଇବି ରକେଟ୍‌ରେ ଏହାର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରର ସୁଦୂର କ୍ଷେତ୍ର(ଅନ୍ଧାରୁଆ ଅଞ୍ଚଳ)କୁ ଯାଇ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଆସିବା ଚୀନ୍‌ର ଏହି ଚନ୍ଦ୍ର ମିଶନ୍‌ର ଲକ୍ଷ୍ୟ । ଚାଙ୍ଗ୍‌’ଇ-୬ ମିଶନ ୫୩ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହିବ । 

ଅର୍ଥାତ୍‌ ଆସନ୍ତା ଜୁନ୍‌ ୨୫ ତାରିଖରେ ଏହା ପୃଥିବୀକୁ ଫେରିବ । ଚାଙ୍ଗ୍‌’ଇ-୬ରେ ପାକିସ୍ତାନର ଆଇକ୍ୟୁବ୍‌-କ୍ୟୁ ସାଟେଲାଇଟ୍‌ ଲାଗିଛି । ଏଥିରେ ଦୁଇଟି କ୍ୟାମେରା ଅଛି, ଯାହା ଚନ୍ଦ୍ରପୃଷ୍ଠର ଚିତ୍ର ଉତ୍ତୋଳନ କରିବ । ଖାସ୍‌ କଥା ହେଉଛି, ପାକିସ୍ତାନ ଏହାକୁ ନିଜର ଚନ୍ଦ୍ର ମିଶନ୍‌ କହୁଛି । 

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପାକିସ୍ତାନ ନିଜର ସାଟେଲାଇଟ୍‌ ମୁନ୍‌ ମିଶନ ଲଞ୍ଚ୍‌ କରିଛି । ଏହାକୁ ଦେଶର ଐତିହାସିକ ମିଶନ୍‌ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଚନ୍ଦ୍ରକୁ ସଫଳ ଉପଗ୍ରହ ଉତ୍‌କ୍ଷେପଣ ଲାଗି ଦେଶର ବୈଜ୍ଞାନିକ ଓ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଚାଙ୍ଗ୍‌’ଇ-୬ ପ୍ରଥମେ କିଛି ଦିନ ପୃଥିବୀ କକ୍ଷରେ ଗତି କରିବ, ତା’ପରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୨୦୩୦ ମସିହା ବେଳକୁ ଚନ୍ଦ୍ରରେ ମାନବ ଅବତରଣର ଲକ୍ଷ୍ୟ ରଖିଛି ଚୀନ୍‌ । ସଦ୍ୟ ମିଶନ ମଧ୍ୟ ଏହି ଲକ୍ଷ୍ୟର ଅଂଶବିଶେଷ । ଅଦ୍ୟାବଧି ଚନ୍ଦ୍ରକୁ ଯାଇଥିବା ସମସ୍ତ ଚନ୍ଦ୍ର ମିଶନ ଚନ୍ଦ୍ରର ନିକଟସ୍ଥ କ୍ଷେତ୍ର(ଯାହା ଆମକୁ ଦୃଶ୍ୟମାନ ହେଉଛି)ରେ ପହଞ୍ଚିଛନ୍ତି ।

ଏହି ସ୍ଥିତିରେ ଚୀନ୍‌ର ମିଶନ ଯଦି ସଫଳ ହୁଏ, ତେବେ ଚନ୍ଦ୍ରର ସୁଦୂର ଅନ୍ଧାରୁଆ କ୍ଷେତ୍ରରେ ପହଞ୍ଚିଥିବା ଏହା ପ୍ରଥମ ଦେଶ ହେବ । ଚାଙ୍ଗ’ଇ-୬ ଦକ୍ଷିଣ ମେରୁ-ଏଟକେନ୍‌ ବେସିନ୍‌ରେ ଅବତରଣ କରିବ । ଚନ୍ଦ୍ରର ୩ ସର୍ବବୃହତ ଓ ପ୍ରମୁଖ ଭୂଖଣ୍ଡ ମଧ୍ୟରେ ଏହା ଅନ୍ୟତମ । ତେଣୁ ବିଜ୍ଞାନ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଛି । 

ଚୀନ୍‌ ଅନ୍ୟ ଦେଶ ସହିତ ମିଶି ନିଜ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହିତ ସମ୍ପର୍କ ମଜବୁତ କରିବା ଲାଗି ପେଲୋଡ୍‌ ନେବାକୁ ମଧ୍ୟ ଘୋଷଣା କରିଥିଲା । ଏହା ଅନ୍ତର୍ଗତ ପାକିସ୍ତାନ ସମେତ ଫ୍ରାନ୍ସ, ଇଟାଲି ଓ ୟୁରୋପୀୟ ମହାକାଶ ଏଜେନ୍ସିର ପେଲୋଡ୍‌ ସହିତ ଚାଙ୍ଗ୍‌’ଇ-୬ ମିଶନ୍‌ ଲଞ୍ଚ୍‌ କରିଛି ।  ଚନ୍ଦ୍ରର ସୁଦୂର ଅଂଶ ପୃଥିବୀଠୁ ଦୂରରେ ରହିଛି । 

ଏହାକୁ ଚନ୍ଦ୍ରର ଅନ୍ଧାରୁଆ କ୍ଷେତ୍ର ମଧ୍ୟ କୁହାଯାଏ । ଏହି ଅଂଶ ଆମକୁ ଦିଶେନାହିଁ । ଏହା ବିଷୟରେ ଆମ ପାଖରେ ଖୁବ୍‌ କମ୍‌ ତଥ୍ୟ ରହିଛି । ଚୀନ୍‌ର ଗଣମାଧ୍ୟମ ଅନୁସାରେ, ଚନ୍ଦ୍ରର ଏହି ଅନ୍ଧାରୁଆ ଅଂଶ ସହ ପୃଥିବୀର ସଂଯୋଗ ଲାଗି ଚୀନ୍‌ ୨୦୨୪ ମସିହାର ପ୍ରଥମ ୬ ମାସ ମଧ୍ୟରେ ସାଟେଲାଇଟ୍‌ କ୍ୟୁକିୟାଓ-୨ କିମ୍ବା ମ୍ୟାଗ୍‌ପାଇ ବ୍ରିଜ୍‌-୨ ଉତ୍‌କ୍ଷେପଣର ଯୋଜନା କରୁଛି ।

ଚୀନ୍‌ ୨୦୦୪ ମସିହାରେ ନିଜର ଚନ୍ଦ୍ର ମିଶନ ଉତ୍‌କ୍ଷେପଣ କରିଥିଲା । ୨୦୦୭ରୁ ଏବେ ସୁଦ୍ଧା ଏହା ୫ ରୋବୋଟିକ୍‌ ମିଶନ ଆରମ୍ଭ କରିଛି । ଚାଙ୍ଗ୍‌’ଇ-୫ ୨୦୨୦ ମସିହା, ଡିସେମ୍ବରରେ ଚନ୍ଦ୍ରରେ ଅବତରଣ କରିଥିଲା । ଏହା ଜରିଆରେ ଚନ୍ଦ୍ରର ୧୭୩୧ ଗ୍ରାମ୍‌ ପଥର ଓ ମାଟିକୁ ପୃଥିବୀକୁ ଅଣାଯାଇଥିଲା । ଏହା ପୂର୍ବରୁ ଚାଙ୍ଗ୍‌’ଇ-୪ ମିଶନ୍‌ ୨୦୧୯ ମସିହାରେ ଚନ୍ଦ୍ରର ସୁଦୂର କ୍ଷେତ୍ରକୁ ଯାଇଥିବା ଚୀନ୍‌ର ପ୍ରଥମ ମିଶନ ହୋଇଥିଲା ।