ଚାକିରିରେ ଯୋଗଦେବା ପୁର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍ଙ୍କ ଜୀବନ
ବେଙ୍ଗାଲୁରୁ: ୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା। ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂରେ ଯୋଗ ଦେବାପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। କିନ୍ତୁ ହାସନ-ମହୀଶୂର ରାଜପଥ ନିକଟ କିଟ୍ଟାନେ ସୀମା ନିକଟରେ ଗାଡ଼ିର ଟାୟାର ଫାଟିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଘରେ ଏବଂ ଗଛରେ ପିଟି ହୋଇଯାଇଥିଲା। […]

ବେଙ୍ଗାଲୁରୁ: ୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା। ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂରେ ଯୋଗ ଦେବାପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। କିନ୍ତୁ ହାସନ-ମହୀଶୂର ରାଜପଥ ନିକଟ କିଟ୍ଟାନେ ସୀମା ନିକଟରେ ଗାଡ଼ିର ଟାୟାର ଫାଟିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଘରେ ଏବଂ ଗଛରେ ପିଟି ହୋଇଯାଇଥିଲା। ହର୍ଷ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଡ୍ରାଇଭର ଆହତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ପ୍ରୋବେସନାରି ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଆଇପିଏସ୍ ଅଫିସର ଭାବେ ଯୋଗ ଦେବାପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ବର୍ଷ ବର୍ଷର କଠିନ ପରିଶ୍ରମର ଫଳ ମିଳିବାବେଳେ ଏମିତି ହେବା ଉଚିତ ନଥିଲା। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।