ଚିଫ୍‌ ଜଷ୍ଟିସ୍‌ଙ୍କ ଫିଟ୍‌ନେସ୍‌ ମନ୍ତ୍ର, ନିଜେ କଲେ ଖୁଲାସା…

ନୂଆଦିଲ୍ଲୀ ୨୫।୦୩: ସୁପ୍ରିମ୍‌କୋର୍ଟର ଚିଫ୍‌ ଜଷ୍ଟିସ୍‌ ବା ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୁଡ । ନିଜର ନିଷ୍ପତି ପାଇଁ ସେ ଯେତିକି ଲୋକପ୍ରିୟ, ତାଙ୍କ ଫିଟନେସ୍ ପାଇଁ ସେ ସେତିକି ପରିଚିତ । ବୋଧହୁଏ ଅନେକ ଚିଫ୍‌ ଜଷ୍ଟିସ୍‌ଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌ ଜାଣିନଥିବେ । କିନ୍ତୁ ନିଜର ଫିଟନେସ୍‌ ସିକ୍ରେଟ୍‌ର ନିଜେ ଖୁଲାସା କରିଛନ୍ତି ଡି.ଓ୍ବାଇ.ଚନ୍ଦ୍ରଚୁଡ । ଚିଫ୍‌ ଜଷ୍ଟିସ୍‌ କହିଛନ୍ତି ଯେ ୨୫ ବର୍ଷ ଧରି ଯୋଗ ଏବଂ ଆୟୁର୍ବେଦିକ ଡାଏଟ୍ ମାଧ୍ୟମରେ ନିଜକୁ ଫିଟ୍‌ ରଖିଛନ୍ତି । ଚନ୍ଦ୍ରଚୁଡଙ୍କ ଦିନ ଭୋର୍‌ ୩.୩୦ରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି କି ସେତେବେଳେ ପରିବେଶ ଶାନ୍ତ ରହିଥାଏ, ଆଉ ସେତେବେଳେ ହିଁ ଅନେକ ଜିନିଷର ଚିନ୍ତା ଶାନ୍ତିରେ କରିପାରିଥାନ୍ତି । ସେ ୨୫ ବର୍ଷ ଧରି ଯୋଗ କରୁଛନ୍ତି । ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି କି ସେ ଏବଂ ତାଙ୍କ ପତ୍ନୀ ବହୁତ ଭଲ ବନ୍ଧୁ ଅଟନ୍ତି । ସେମାନେ ଆୟୁର୍ବେଦିକ ଡାଏଟ୍ ନେଇଥାନ୍ତି । ଏହି ଦମ୍ପତ୍ତି ଭେଗାନ୍‌ (ଯେଉଁମାନେ କି ଉଦ୍ଭିଦ ଜାତୀୟ ଖାଦ୍ୟ ଖାଇଥାନ୍ତି) ।  ଡି.ଓ୍ବାଇ.ଚନ୍ଦ୍ରଚୁଡ୍‌ କହିଛନ୍ତି ଯେ “ଆମେ ଯାହା ଖାଉ, ତାହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ମତେ ଲାଗୁଛି ଫିଟ୍‌ନେସ୍‌ ନିଜ ଭିତରୁ ଆସିଥାଏ । ନିଜେ ଯେତେ ଚାହିଁବେ ସେତେ ଫିଟ୍‌ ରହିପାରିବେ ।" CJI କହିଛନ୍ତି ସେ ସାଗୁଦାନା ନୁହେଁ, ରାମଦାନା ଖାଇଥାନ୍ତି । ଏହା ଏକ ହାଲୁକା ଖାଦ୍ୟ କିନ୍ତୁ ଏହ

ଚିଫ୍‌ ଜଷ୍ଟିସ୍‌ଙ୍କ ଫିଟ୍‌ନେସ୍‌ ମନ୍ତ୍ର, ନିଜେ କଲେ ଖୁଲାସା…

ନୂଆଦିଲ୍ଲୀ ୨୫।୦୩: ସୁପ୍ରିମ୍‌କୋର୍ଟର ଚିଫ୍‌ ଜଷ୍ଟିସ୍‌ ବା ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୁଡ । ନିଜର ନିଷ୍ପତି ପାଇଁ ସେ ଯେତିକି ଲୋକପ୍ରିୟ, ତାଙ୍କ ଫିଟନେସ୍ ପାଇଁ ସେ ସେତିକି ପରିଚିତ । ବୋଧହୁଏ ଅନେକ ଚିଫ୍‌ ଜଷ୍ଟିସ୍‌ଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌ ଜାଣିନଥିବେ । କିନ୍ତୁ ନିଜର ଫିଟନେସ୍‌ ସିକ୍ରେଟ୍‌ର ନିଜେ ଖୁଲାସା କରିଛନ୍ତି ଡି.ଓ୍ବାଇ.ଚନ୍ଦ୍ରଚୁଡ । 

ଚିଫ୍‌ ଜଷ୍ଟିସ୍‌ କହିଛନ୍ତି ଯେ ୨୫ ବର୍ଷ ଧରି ଯୋଗ ଏବଂ ଆୟୁର୍ବେଦିକ ଡାଏଟ୍ ମାଧ୍ୟମରେ ନିଜକୁ ଫିଟ୍‌ ରଖିଛନ୍ତି । ଚନ୍ଦ୍ରଚୁଡଙ୍କ ଦିନ ଭୋର୍‌ ୩.୩୦ରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି କି ସେତେବେଳେ ପରିବେଶ ଶାନ୍ତ ରହିଥାଏ, ଆଉ ସେତେବେଳେ ହିଁ ଅନେକ ଜିନିଷର ଚିନ୍ତା ଶାନ୍ତିରେ କରିପାରିଥାନ୍ତି । ସେ ୨୫ ବର୍ଷ ଧରି ଯୋଗ କରୁଛନ୍ତି । ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି କି ସେ ଏବଂ ତାଙ୍କ ପତ୍ନୀ ବହୁତ ଭଲ ବନ୍ଧୁ ଅଟନ୍ତି । ସେମାନେ ଆୟୁର୍ବେଦିକ ଡାଏଟ୍ ନେଇଥାନ୍ତି । ଏହି ଦମ୍ପତ୍ତି ଭେଗାନ୍‌ (ଯେଉଁମାନେ କି ଉଦ୍ଭିଦ ଜାତୀୟ ଖାଦ୍ୟ ଖାଇଥାନ୍ତି) ।  

ଡି.ଓ୍ବାଇ.ଚନ୍ଦ୍ରଚୁଡ୍‌ କହିଛନ୍ତି ଯେ “ଆମେ ଯାହା ଖାଉ, ତାହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ମତେ ଲାଗୁଛି ଫିଟ୍‌ନେସ୍‌ ନିଜ ଭିତରୁ ଆସିଥାଏ । ନିଜେ ଯେତେ ଚାହିଁବେ ସେତେ ଫିଟ୍‌ ରହିପାରିବେ ।" CJI କହିଛନ୍ତି ସେ ସାଗୁଦାନା ନୁହେଁ, ରାମଦାନା ଖାଇଥାନ୍ତି । ଏହା ଏକ ହାଲୁକା ଖାଦ୍ୟ କିନ୍ତୁ ଏହା ସବୁଠାରୁ ସୁସ୍ଥ ଅଟେ । 


ସେ ଗତ ୨୫ବର୍ଷ ଧରି ସୋମବାର ଦିନ ଉପବାସ କରୁଛନ୍ତି । CJI ଆହୁରି କହିଛନ୍ତି କି ସେ ଏପରି ଏକ ଦିନ ରଖିଥାନ୍ତି ସେଦିନ ସେ ଆଇସ୍‌କ୍ରିମ୍‌ ଖାଇବାକୁ ପସନ୍ଦ କରନ୍ତି । ଏହି ଦିନକୁ ସେ ‘ଚିଟ୍‌ ଡେ’ କହିଥାନ୍ତି । ଅର୍ଥାତ୍‌ ସେ ସେଦିନ ଡାଏଟ୍‌ରେ ନିଜକୁ ଚିଟ୍‌ କରନ୍ତି ।   

ସେ ନିଜ ଜୀବନର ଅନୁଭୂତି ବିଷୟରେ କହିଛନ୍ତି, "ଅନ୍ୟମାନଙ୍କ ପରି ମୋ ଜୀବନ ମଧ୍ୟ ଉତ୍ଥାନପତନରେ ପରିପୂର୍ଣ୍ଣ ଥିଲା। ମୁଁ ଜୀବନର ପ୍ରତ୍ୟେକ ଦିଗ ଦେଖିଛି । ତୁମେ ସବୁବେଳେ ଆଶା ବଜାୟ ରଖିବା ଉଚିତ୍ । ତୁମେ ଯାହା ବି ସମସ୍ୟାର ସମ୍ମୁଖୀନ ହୁଅ, ଏହାକୁ ଦୂର କରିବା ଉଚିତ୍। ପ୍ରତ୍ୟେକ ଅସୁବିଧା ପଛରେ କାରଣ ରହିଥାଏ, ଏହାକୁ ବୁଝିବା ଜରୁରୀ ଅଟେ ।