ଛତ୍ରପୁର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ

ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ ମିଳିଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ  ଶୁଭେଚ୍ଛା ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଲୋକ ସଭା ଭବନ କନ୍‌ଭେନ୍‌ସନ ସେଣ୍ଟରରେ ରାଜ୍ୟ ସ୍ତରୀୟ ୫-ଟି ଅଧୀନରେ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର […] The post ଛତ୍ରପୁର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ appeared first on Dharitri Odia News.

ଛତ୍ରପୁର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ

ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ ମିଳିଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ  ଶୁଭେଚ୍ଛା ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଲୋକ ସଭା ଭବନ କନ୍‌ଭେନ୍‌ସନ ସେଣ୍ଟରରେ ରାଜ୍ୟ ସ୍ତରୀୟ ୫-ଟି ଅଧୀନରେ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ଉପସ୍ଥିତ ରହି ଛତ୍ରପୁର ହସ୍ପିଟାଲକୁ ମିଳିଥିବା ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ ଗ୍ରହଣ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଆଓ୍ବାର୍ଡ ପ୍ରଦାନ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ଜାତୀୟ ସ୍ବାସ୍ଥ୍ୟ ମିଶନର ଗଞ୍ଜାମ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଛତ୍ରପୁର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ appeared first on Dharitri Odia News.