ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ…
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଐଶ୍ୱର୍ଯ୍ୟା ରାୟ ନିଜ କାରରେ ଜଲସାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସବୁଜ ରଙ୍ଗର ଆଉଟ୍ଫିଟ୍ରେ ଦେଖିବାକୁ […] The post ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ… appeared first on Dharitri Odia News.
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଐଶ୍ୱର୍ଯ୍ୟା ରାୟ ନିଜ କାରରେ ଜଲସାରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ସବୁଜ ରଙ୍ଗର ଆଉଟ୍ଫିଟ୍ରେ ଦେଖିବାକୁ ମିଳିଥିଲା।
ଏହାପୂର୍ବରୁ ଦୁବାଇ ବିମାନବନ୍ଦରରେ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ତିନିଜଣ ଏକ ବସ୍ରେ ଚଢିଥିବାର ନଜର ଆସିଥିଲେ।
ଅନେକ ଦିନ ହେବ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବାର ଖବର ଆଲୋଚନ ଚାଲିଛି। ଅନନ୍ତ ଅମ୍ବାନୀଙ୍କ ବିବାହରେ ଉଭୟ ପୃଥକ ଭାବରେ ପହଞ୍ଚିଥିଲେ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ସହିତ ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ଅଭିଷେକ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ଦମ୍ପତିଙ୍କ ଛାଡପତ୍ରର ଗୁଜବ ଆହୁରି ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଏକାଠି ଦେଖିବା, ଲାଗୁଛି ଯେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି। ଐଶ୍ୱର୍ଯ୍ୟା ରାୟ ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଆରାଧ୍ୟା ଜନ୍ମ ହୋଇଥିଳେ।
The post ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ… appeared first on Dharitri Odia News.