ଜମନକିରା ମଣ୍ଡଳ ସ୍ତରୀୟ ବିଜେପି ର ସମ୍ବର୍ଦ୍ଧନା ସଭା

ଜମନକିରା : ଜମନକିରା ବ୍ଲକରେ ଭାଜପା ର ଜମନକିରା ଏବଂ ଗୁଣ୍ଡୁରୂଚୁଆ ଦୁଇଟି ମଣ୍ଡଳ କମିଟି ରହିଛି। ଆଜି ଏହି ପରିପ୍ରେକ୍ଷୀରେ ଜମନକିରା ମଣ୍ଡଳ ସ୍ତରୀୟ ଏକ ସମ୍ବର୍ଦ୍ଧନା ସଭା ତହସିଲ ଆଇବି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଅମୋଘ ବୈରି ଗଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ସହ-ନିର୍ବାଚନ ଅଧିକାରୀ ତଥା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସଭ୍ୟ ଦୁଷ୍ମନ୍ତ […] The post ଜମନକିରା ମଣ୍ଡଳ ସ୍ତରୀୟ ବିଜେପି ର ସମ୍ବର୍ଦ୍ଧନା ସଭା appeared first on Odisha.News.

ଜମନକିରା ମଣ୍ଡଳ ସ୍ତରୀୟ ବିଜେପି ର ସମ୍ବର୍ଦ୍ଧନା ସଭା

ଜମନକିରା : ଜମନକିରା ବ୍ଲକରେ ଭାଜପା ର ଜମନକିରା ଏବଂ ଗୁଣ୍ଡୁରୂଚୁଆ ଦୁଇଟି ମଣ୍ଡଳ କମିଟି ରହିଛି। ଆଜି ଏହି ପରିପ୍ରେକ୍ଷୀରେ ଜମନକିରା ମଣ୍ଡଳ ସ୍ତରୀୟ ଏକ ସମ୍ବର୍ଦ୍ଧନା ସଭା ତହସିଲ ଆଇବି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଅମୋଘ ବୈରି ଗଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ବିଭୂତି କଲ୍ୟାଣ ପଟେଲ ସହ-ନିର୍ବାଚନ ଅଧିକାରୀ ତଥା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସଭ୍ୟ ଦୁଷ୍ମନ୍ତ ନାୟକ, ଜିଲ୍ଲା ପ୍ରତିନିଧି ସୁନିଲ ମୁଦୁଲି, ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ କୁମାର ମାଝୀ, ପୂର୍ବତନ ଜମନକିରା ମଣ୍ଡଳ ସଭାପତି ଅମୋଘ ବୈରିଗଞ୍ଜନ ପାଣିଗ୍ରାହୀ, ପୂର୍ବତନ ବ୍ଲକ ସଭାପତି ଶ୍ରୀକାନ୍ତ ପଟେଲ, ବରିଷ୍ଠ ସଭ୍ୟ ଗୋକୁଲା ନନ୍ଦ ଦାନୀ, ବଡରମା ସରପଞ୍ଚ ତଥା ପୂର୍ବତନ ଜମନକିରା ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ପରେ ମଣ୍ଡଳ ସ୍ତରୀୟ ନୂତନ ସଭାପତି ଭାବେ ବିଜୟ କୁମାର ନାଏକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ନୂତନ ଭାବେ ଦାୟିତ୍ଵ ନେଇଥିବା ଶ୍ରୀ ନାଏକ ଆସନ୍ତା ଦିନରେ ଯେପରି ତୃଣ ମୂଳ ସ୍ତରରୁ ସମସ୍ତ କମିଟି ଗୁଡ଼ିକୁ ଗଠନ କରାଯାଇ ଯେପରି ୧୦ ଟି ପଞ୍ଚାୟତର ତ୍ରିସ୍ତରୀୟ ନିର୍ବାଚନରେ ଜୟଯୁକ୍ତ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ। ଏଥିସହ ବୁଥ ପ୍ରମୁଖ, ସହ – ପ୍ରମୁଖ, ୱାଟସାପ ପ୍ରମୁଖ, ମନ୍ କି ବାତ୍ ପ୍ରମୁଖ, ଲାଭାର୍ଥି ପ୍ରମୁଖ ଗଠନ ଓ ଦାୟିତ୍ଵ କୁ ନେଇ ନିର୍ବାଚନ ସହ – ଅଧିକାରୀ ଶ୍ରୀ ପଟେଲ ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକ ୧୦ ଟି ପଞ୍ଚାୟତ ରୁ କର୍ମୀ ମାନେ ଯୋଗ ଦେଇଥିଲେ। ଶେଷରେ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

The post ଜମନକିରା ମଣ୍ଡଳ ସ୍ତରୀୟ ବିଜେପି ର ସମ୍ବର୍ଦ୍ଧନା ସଭା appeared first on Odisha.News.