ଜମ୍ମୁ-କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ ଅଦଳବଦଳ, ବଦଳିଲେ ୨୦୦ ଅଧିକାରୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହା ପୂର୍ବରୁ ରାଜ୍ୟରେ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ସରକାର ରାଜ୍ୟରେ ପ୍ରାୟ ୨୦୦ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ବଦଳି କରିଛନ୍ତି। ଆଇଏଏସ ଅଭିଷେକ ଶର୍ମାଙ୍କୁ ରାଜୌରୀର ଡେପୁଟି କମିଶନର ପଦରେ ଅବସ୍ଥାପିତ କରାଯାଇଛି। ଜମ୍ମୁ ଶକ୍ତି ଯୋଗାଣ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ବିକାଶ କୁଣ୍ଡଲଙ୍କୁ ଜମ୍ମୁ-କାଶ୍ମୀର ପାଓ୍ଵାର କର୍ପୋରେସନ ଲିମିଟେଡ଼ର ପ୍ରବନ୍ଧ ନିର୍ଦ୍ଦେଶ ପଦର ଅତିରିକ୍ତ ଦାୟିତ୍ଵ ଦିଆଯାଇ ପୁଞ୍ଛର ଡେପୁଟି କମିଶନର ଭାବେ ନିଯୁକ୍ତ କରାଯାଇଛି।ବାନ୍ଦିପୋରାର ଡେଡୁଟି କମିଶନର  ସକିଲ ୟୁଆଇ ରେହମାନ ରାଥରଙ୍କ ବଦଳି କରାଯାଇ ପୁଷ୍ପ ଓ ଉଦ୍ୟାନ ବିଭାଗର କମିଶନର ନିର୍ଦ୍ଦେଶକ ପଦରେ ନିୟୋଜିତ କରାଯାଇଛି। ଏଥିସହ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି।ଆଜି ଜମ୍ମୁ-କାଶ୍ମୀର ସହ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଜମ୍ମୁ-କାଶ୍ମୀର ଓ ହରିୟାଣାର ଅଧିକାରୀଙ୍କ ସହ ନିର୍ବାଚନ ସମ୍ବନ୍ଧରେ ବୈଠକ କରିଥିଲେ। ଗାଇଡଲାଇନ ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜ

ଜମ୍ମୁ-କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବଡ଼ ଅଦଳବଦଳ, ବଦଳିଲେ ୨୦୦ ଅଧିକାରୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହା ପୂର୍ବରୁ ରାଜ୍ୟରେ ପ୍ରଶାସନିକସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ସରକାର ରାଜ୍ୟରେ ପ୍ରାୟ ୨୦୦ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ବଦଳି କରିଛନ୍ତି। ଆଇଏଏସ ଅଭିଷେକ ଶର୍ମାଙ୍କୁ ରାଜୌରୀର ଡେପୁଟି କମିଶନର ପଦରେ ଅବସ୍ଥାପିତ କରାଯାଇଛି। 

ଜମ୍ମୁ ଶକ୍ତି ଯୋଗାଣ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ବିକାଶ କୁଣ୍ଡଲଙ୍କୁ ଜମ୍ମୁ-କାଶ୍ମୀର ପାଓ୍ଵାର କର୍ପୋରେସନ ଲିମିଟେଡ଼ର ପ୍ରବନ୍ଧ ନିର୍ଦ୍ଦେଶ ପଦର ଅତିରିକ୍ତ ଦାୟିତ୍ଵ ଦିଆଯାଇ ପୁଞ୍ଛର ଡେପୁଟି କମିଶନର ଭାବେ ନିଯୁକ୍ତ କରାଯାଇଛି।ବାନ୍ଦିପୋରାର ଡେଡୁଟି କମିଶନର  ସକିଲ ୟୁଆଇ ରେହମାନ ରାଥରଙ୍କ ବଦଳି କରାଯାଇ ପୁଷ୍ପ ଓ ଉଦ୍ୟାନ ବିଭାଗର କମିଶନର ନିର୍ଦ୍ଦେଶକ ପଦରେ ନିୟୋଜିତ କରାଯାଇଛି। ଏଥିସହ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି।

ଆଜି ଜମ୍ମୁ-କାଶ୍ମୀର ସହ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ନିକଟରେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଜମ୍ମୁ-କାଶ୍ମୀର ଓ ହରିୟାଣାର ଅଧିକାରୀଙ୍କ ସହ ନିର୍ବାଚନ ସମ୍ବନ୍ଧରେ ବୈଠକ କରିଥିଲେ। ଗାଇଡଲାଇନ ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ସଂପନ୍ନ ହେବା ଦରକାର।