ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତି
ଭୁବନେଶ୍ବର: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତି। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ହୋଇଛି। ଜଷ୍ଟିସ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି। ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି । ସୂଚନା ଅନୁସାରେ, ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର […]

ଭୁବନେଶ୍ବର: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତି। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ହୋଇଛି। ଜଷ୍ଟିସ ହରିଶ ଟଣ୍ଡନ ବର୍ତ୍ତମାନ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି। ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି ।
ସୂଚନା ଅନୁସାରେ, ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ । ଜଷ୍ଟିସ ସିଂଙ୍କ ଅବସର ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେବେ ଗୁରୁବାର ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଛି ।
ଜଷ୍ଟିସ ହରିଶ ଟଣ୍ଡନ ଏବେ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି । କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି । ୨୦୧୦ରୁ ଏପ୍ରିଲ୍ ୧୩ରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।