ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି…

ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆର୍‌ବିଆଇର ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ ଆର୍‌ବିଆଇର ୯୦ତମ ବାର୍ଷିକୀ ପାଳନ ଅବସରରେ ଏହି ସ୍ୱତନ୍ତ୍ର ୯୦ ଟଙ୍କା କଏନ୍‌ ଉନ୍ମୋଚନ କରିଛି। ୯୯.୯୯% ଶୁଦ୍ଧ ରୂପା […] The post ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି… appeared first on Dharitri Odia News.

ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି…

ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆର୍‌ବିଆଇର ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

ଅର୍ଥ ମନ୍ତ୍ରଣାଳୟ ଆର୍‌ବିଆଇର ୯୦ତମ ବାର୍ଷିକୀ ପାଳନ ଅବସରରେ ଏହି ସ୍ୱତନ୍ତ୍ର ୯୦ ଟଙ୍କା କଏନ୍‌ ଉନ୍ମୋଚନ କରିଛି। ୯୯.୯୯% ଶୁଦ୍ଧ ରୂପା ସହିତ ନିର୍ମିତ ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ସ୍ୱତନ୍ତ୍ର ମୁଦ୍ରା, ନଅ ଦଶନ୍ଧି ଧରି ଆର୍‌ବିଆଇର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ।

ଏହି କଏନ୍‌ରେ କେନ୍ଦ୍ରର ପ୍ରସିଦ୍ଧ ଆର୍‌ବିଆଇ ପ୍ରତୀକକୁ ହାଇଲାଇଟେଡ୍‌ କରାଯାଇଛି। ଏହାର ତଳେ ଆରବିଆଇ @୯୦ ଲେଖା ରହିଛି। ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭୂମିକାକୁ ପ୍ରତିପାଦିତ କରୁଛି। ଏହା ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ପ୍ରତୀକ ଥିବା ଅଶୋକ ସ୍ତମ୍ଭର ସିଂହ ରହିଛି। ନିମ୍ନରେ ଦେବନଗରୀ ସ୍କ୍ରିପ୍ଟରେ ଖୋଦିତ ଜାତୀୟ ସଙ୍କେତ ସତ୍ୟମେବ ଜୟତେ ମଧ୍ୟ ଲେଖାଯାଇଛି।

The post ଜାରିହେଲା ୯୦ ଟଙ୍କିଆ କଏନ୍‌, ଏହାର ଓଜନ ରହିଛି… appeared first on Dharitri Odia News.