ଟାଟା ମୋଟର୍ସର ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ
ମୁମ୍ବାଇ,୩।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ ସୋମବାର ମୁମ୍ବାଇଠାରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ କର୍ଭ କୁପେ ଏସ୍ୟୁଭିରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅତ୍ୟାଧୁନିକ ଫିଚର ସାମିଲ ରହିଛି। ଏପରିକି ଏହି ମଡେଲ ୨ଟି ଭାରିଆଣ୍ଟ ଉଭୟ ପେଟ୍ରୋଲ ଏବଂ ଏବଂ ଡିଜେଲ ସହ ଇଣ୍ଟରନାଲ କବ୍ୟୁଶନ ଇଞ୍ଜିନ (ଆଇସିଇ) ଅପଶନରେ ଉପଲବ୍ଧ ହେଉଛି। ସେହିଭଳି ଏହି ମଡେଲର ଡିଜାଇନ […] The post ଟାଟା ମୋଟର୍ସର ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ appeared first on Dharitri Odia News.
ମୁମ୍ବାଇ,୩।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ ସୋମବାର ମୁମ୍ବାଇଠାରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ କର୍ଭ କୁପେ ଏସ୍ୟୁଭିରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅତ୍ୟାଧୁନିକ ଫିଚର ସାମିଲ ରହିଛି। ଏପରିକି ଏହି ମଡେଲ ୨ଟି ଭାରିଆଣ୍ଟ ଉଭୟ ପେଟ୍ରୋଲ ଏବଂ ଏବଂ ଡିଜେଲ ସହ ଇଣ୍ଟରନାଲ କବ୍ୟୁଶନ ଇଞ୍ଜିନ (ଆଇସିଇ) ଅପଶନରେ ଉପଲବ୍ଧ ହେଉଛି। ସେହିଭଳି ଏହି ମଡେଲର ଡିଜାଇନ ଓ ଆକର୍ଷଣୀୟ କଲର ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲାବେଳେ ବଜାର ଚାହିଦା ମୁତାବକ ଦର ଗ୍ରାହକଙ୍କ ଆବଶ୍ୟକତା ମଧ୍ୟ ପୂରଣ କରିବ ବୋଲି କମ୍ପାନୀ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ସେହିପରି ଏହି ନୂଆ ଏସ୍ୟୁଭିର ବଡି ବେଶ୍ ଆକର୍ଷଣୀୟ ହୋଇଥିଲାବେଳେ କ୍ଷମତା ଓ ଉଚ୍ଚତା ଦୃଷ୍ଟିରୁ ଏହା ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବ୍ରାଣ୍ଡ୍ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ଟାଟା ମୋଟର୍ସ (ଯାତ୍ରୀବାହୀ ବର୍ଗ)ର ଏମ୍ଡି ଶୈଳେଶ ଚନ୍ଦ୍ରା କହିଥିଲେ, ଆମେ ଆମର ନୂତନ ମଡେଲ କର୍ଭ ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ମଡେଲ ସବୁ ବର୍ଗର ଗ୍ରାହକ ଓ ଶିଳ୍ପର ଏକ ନୂଆ ପରିଭାଷା ସୃଷ୍ଟି କରିବ। ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍ ନୂଆଦିଲ୍ଲୀ) ୯.୯୯ ଲକ୍ଷ ଟଙ୍କା ରହିଛି।
The post ଟାଟା ମୋଟର୍ସର ଅଲ୍ ନ୍ୟୁ ‘କର୍ଭ’ର ଅନାବରଣ appeared first on Dharitri Odia News.