ଟାଟା ଷ୍ଟିଲ୍କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ ପୁରସ୍କାର’ ଦିଆଯାଇଛି। ଏପରିକି କମ୍ପାନୀର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ(ଏଫ୍ଏଏମ୍ଡି)କୁ ଏହି ପୁରସ୍କାର ଉତ୍ପାଦକତା ଦିବସ-୨୦୨୪ ପାଳନ ସମାରୋହରେ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ପକ୍ଷରୁ ଜାତୀୟ ଉତ୍ପାଦକତା ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ସୁକିନ୍ଦା କ୍ରୋମାଇଟ୍ […] The post ଟାଟା ଷ୍ଟିଲ୍କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର appeared first on Dharitri Odia News.
ଭୁବନେଶ୍ୱର,୧୬।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ‘ଉତ୍ପାଦକତା ଉତ୍କର୍ଷ ପୁରସ୍କାର’ ଦିଆଯାଇଛି। ଏପରିକି କମ୍ପାନୀର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ(ଏଫ୍ଏଏମ୍ଡି)କୁ ଏହି ପୁରସ୍କାର ଉତ୍ପାଦକତା ଦିବସ-୨୦୨୪ ପାଳନ ସମାରୋହରେ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ପକ୍ଷରୁ ଜାତୀୟ ଉତ୍ପାଦକତା ପରିଷଦ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଦେବରାଜ ତିୱାରୀ,ଲଜିଷ୍ଟିକ୍ସ ମୁଖ୍ୟ ଅମିତ ଚୌବେ, ସପ୍ଲାଏ ଚେନ୍ ସିନିୟର ଏରିଆ ମ୍ୟାନେଜର ସୌମ୍ୟ ବସୁ, ଆଇଟି ବିଭାଗ ଡେପୁଟି ମ୍ୟାନେଜର ଦେବଜ୍ୟୋତି ପତି ପ୍ରମୁଖ ସମ୍ମାନ ସମାରୋହରେ ଯୋଗ ଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ।
ସେହିଭଳି ଚଳିତ ବର୍ଷ ଫେବୃଆରୀରେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉତ୍ପାଦକତା’ ଶୀର୍ଷକ ବିଷୟ୍ବସ୍ତୁ ଉପରେ ଆୟୋଜିତ ଏକ ଭର୍ଚୁଆଲ୍ ପ୍ରତିଯୋଗିତା ପାଇଁ ଉପସ୍ଥାପନା ଆଧାରରେ ଏଫ୍ଏଏମ୍ଡିକୁ ଏହି ସମ୍ମାନଜନକ ପୁରସ୍କାର ବର୍ଗରେ ମନୋନୀତ କରାଯାଇଥିଲା।
ଏ ସମ୍ପର୍କରେ ଏଫ୍ଏଏମ୍ଡିର ଏକଜିକ୍ୟୁଟିଭ ଇନ୍ଚାର୍ଜ ପଙ୍କଜ ସତିଜା କହିଛନ୍ତି,ଏହି ପୁରସ୍କାର ଆମର ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସମ୍ମାନ ହୋଇଥିଲାବେଳେ ଏକ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ତଥା ମୂଲ୍ୟବୋଧ ସୃଷ୍ଟି କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏପରିକି ନୂତନ ଓ ଅଭିନବ ପଦକ୍ଷେପ ମାଧ୍ୟମରେ ଉତ୍ପାଦକତା ବୃଦ୍ଧି ଏବଂ ଜଳ ପରିଚାଳନା ପାଇଁ ଆମର ନିରନ୍ତର ପ୍ରୟାସକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି।
The post ଟାଟା ଷ୍ଟିଲ୍କୁ ଉତ୍ପାଦକତା ଉତ୍କର୍ଷ ପୁରସ୍କାର appeared first on Dharitri Odia News.