ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼
ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ ଟୁକୁନୀ ସାହୁ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବରଗଡ଼ ଜିଲା ପଦ୍ମପୁରରେ ଝଡ଼ ସୃଷ୍ଟି ହୋଇଛି। ଉକ୍ତ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ସାହୁ ଟିଟିଲାଗଡ଼ ପରିବର୍ତ୍ତେ ପ୍ରଥମେ ଯଦି ପଦ୍ମପୁର ଜିଲା ଘୋଷଣା ହୋଇଥାନ୍ତା ତେବେ ସେ ଭାବିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ […] The post ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼ appeared first on Dharitri Odia News.
ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ ଟୁକୁନୀ ସାହୁ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବରଗଡ଼ ଜିଲା ପଦ୍ମପୁରରେ ଝଡ଼ ସୃଷ୍ଟି ହୋଇଛି। ଉକ୍ତ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ସାହୁ ଟିଟିଲାଗଡ଼ ପରିବର୍ତ୍ତେ ପ୍ରଥମେ ଯଦି ପଦ୍ମପୁର ଜିଲା ଘୋଷଣା ହୋଇଥାନ୍ତା ତେବେ ସେ ଭାବିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଇସ୍ତଫାପତ୍ର ଦେଇଥାନ୍ତେ। ଟୁକୁନୀଙ୍କ ଏଭଳି ମନ୍ତବ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଏବେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଟୁକୁନୀଙ୍କ ଇସ୍ତଫା ଧମକ କାରଣରୁ କୁଆଡେ ପଦ୍ମପୁର ଜିଲା ଘୋଷଣା ବନ୍ଦ ହୋଇଗଲା କି ବୋଲି ଆଲୋଚନା ଆରମ୍ଭ ହୋଇଛି। ମନ୍ତ୍ରୀ ଟୁକୁନୀଙ୍କ ଇସ୍ତଫା ଧମକ ଯୋଗୁ ମୁଖ୍ୟମନ୍ତ୍ରୀ ବାଧ୍ୟହୋଇ ପଦ୍ମପୁର ଜିଲା ଘୋଷଣାକୁ ବନ୍ଦ କରିଦେଲେ କି ବୋଲି ପଦ୍ମପୁର ଲୋକେ ଆଲୋଚନା ଆରମ୍ଭ କରିଛନ୍ତି। ଗତ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ଶୀଘ୍ର ପଦ୍ମପୁର ଜିଲା ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇଥିଲେ। ତେବେ ପରେ ବିଭିନ୍ନ କାରଣରୁ ପଦ୍ମପୁର ଜିଲା ଘୋଷଣା ହୋଇ ନ ଥିଲା। ଏବେ ନିର୍ବାଚନୀ ସଭାରେ ମନ୍ତ୍ରୀ ଟୁକୁନୀଙ୍କ ମନ୍ତବ୍ୟ ଓ ଭିଡିଓ ଭାଇରାଲ ହେବା ପରେ ଜିଲା ଗଠନ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏ ସଂକ୍ରାନ୍ତରେ ଶନିବାର ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ଅଜିତ ଶତପଥୀଙ୍କ ନେତୃତ୍ୱରେ ପଦ୍ମପୁର ବାର୍ ଆସୋସିଏଶନ କାର୍ଯ୍ୟାଳୟରେ ପଦ୍ମପୁରର ସମସ୍ତ ଅନୁଷ୍ଠାନକୁ ନେଇ ଏକ ବୈଠକ ହୋଇ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ଏକ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଭେଉଁରିଆ ଛକରେ ଟୁକୁନୀ ସାହୁଙ୍କ କୁଶପୁତ୍ତଲିକା ଦାହ କରାଯାଇଥିଲା। ଏଥିରେ ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ବାର୍ ସଭାପତି ଆନନ୍ଦ ପଣ୍ଡା, ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ, ବ୍ରାହ୍ମଣ ସମାଜରୁ ଜୟ ନାରାୟଣ ତ୍ରିପାଠୀଙ୍କ ସମେତ ପ୍ରମୁଖ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼ appeared first on Dharitri Odia News.