ଟେଷ୍ଟ କ୍ରିକେଟ୍ ବଡ଼ ବିପର୍ଯ୍ୟୟ, ପ୍ରଥମ ଥର ପାକିସ୍ତାନକୁ ଟେଷ୍ଟରେ ହରାଇଲା ବାଂଲାଦେଶ
ନୂଆଦିଲ୍ଲୀ: ରାଓ୍ଵଲପିଣ୍ଡିରେ ବାଂଲାଦେଶ କ୍ରିକେଟ୍ ଦଳ ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵରେ ଇତିହାସ ରଚିଛି। ବାଂଲାଦେଶ ଘରୋଇ ପାକିସ୍ତାନକୁ ଦ୍ଵିତୀୟ ଟେଷ୍ଟରେ ୬ ଓ୍ଵିକେଟ୍ରେ ହରାଇ ସିରିଜ୍କୁ ୨-୦ରେ କ୍ଲିନ ସୁଇପ୍ କରି ନେଇଛି। ବାଂଲାଦେଶ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଦଳର ଏହି ଐତିହାସିକ ବିଜୟରେ ମେହନ୍ଦି ହାସନ ମିରାଜ, ଲିଟନ ଦାସ, ହସନ ମେହମୁଦ ଓ ନାହିଦ ରାଣା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚତୁର୍ଥ ଇନିଂସରେ ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ପଞ୍ଚମ ଦିନରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଟେଷ୍ଟ ସିରିଜ୍ ପରାଜୟରୁ ବର୍ତ୍ତିବା ପାଇଁ ପାକିସ୍ତାନକୁ ଯେ କୌଣସି ପରିସ୍ଥିତିରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିବାର ଥିଲା। ମାତ୍ର ଶାନ ମସୁଦଙ୍କ ଦଳ ମ୍ୟାଚ୍ ଜିତିବାରେ ବିଫଳ ହୋଇଛି। ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ହୋଇ ଯାଇଥିଲେ ହେଁ ପାକିସ୍ତାନ ବ୍ୟାଟର ଫ୍ଲପ୍ ମାରିବାରୁ ଦଳ ପ୍ରଥମ ଇନିଂସରେ ୨୭୪ ରନ କରି ପାରିଥିଲା। ଜବାବରେ ବାଂଲାଦେଶ ୬ ଓ୍ଵିକେଟ୍ ହରାଇ ୨୬ ରନ କରିଥିଲା। ଏହାପରେ ଚମତ୍କାର ପ୍ରତ୍ୟାର୍ତ୍ତନ କରିଥିଲା। ଲିଟନ ଦାସ ୧୩୮ ରନ ଏବଂ ବୋଲିଂରେ ୫ ଓ୍ଵିକେଟ୍ ଅକ୍ତିକାର କରିଥିବା ମେହନ୍ଦି ହାସନ ମେରାଜ ୭୮ ରନର ଚମତ୍କାର ଇନିଂସ ଖେଳିଥିଲେ। ବାଂଲାଦେଶ ୨୬/୬ରୁ ୨୬୨ ରନ ସ୍କୋର କରି ପାରିଥିଲା।
ନୂଆଦିଲ୍ଲୀ: ରାଓ୍ଵଲପିଣ୍ଡିରେ ବାଂଲାଦେଶ କ୍ରିକେଟ୍ ଦଳ ନଜମୁଲ ହୁସେନ ସାଣ୍ଟୋଙ୍କ ନେତୃତ୍ଵରେ ଇତିହାସ ରଚିଛି। ବାଂଲାଦେଶ ଘରୋଇ ପାକିସ୍ତାନକୁ ଦ୍ଵିତୀୟ ଟେଷ୍ଟରେ ୬ ଓ୍ଵିକେଟ୍ରେ ହରାଇ ସିରିଜ୍କୁ ୨-୦ରେ କ୍ଲିନ ସୁଇପ୍ କରି ନେଇଛି। ବାଂଲାଦେଶ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଦଳର ଏହି ଐତିହାସିକ ବିଜୟରେ ମେହନ୍ଦି ହାସନ ମିରାଜ, ଲିଟନ ଦାସ, ହସନ ମେହମୁଦ ଓ ନାହିଦ ରାଣା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚତୁର୍ଥ ଇନିଂସରେ ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ପଞ୍ଚମ ଦିନରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।
ଟେଷ୍ଟ ସିରିଜ୍ ପରାଜୟରୁ ବର୍ତ୍ତିବା ପାଇଁ ପାକିସ୍ତାନକୁ ଯେ କୌଣସି ପରିସ୍ଥିତିରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିବାର ଥିଲା। ମାତ୍ର ଶାନ ମସୁଦଙ୍କ ଦଳ ମ୍ୟାଚ୍ ଜିତିବାରେ ବିଫଳ ହୋଇଛି। ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ହୋଇ ଯାଇଥିଲେ ହେଁ ପାକିସ୍ତାନ ବ୍ୟାଟର ଫ୍ଲପ୍ ମାରିବାରୁ ଦଳ ପ୍ରଥମ ଇନିଂସରେ ୨୭୪ ରନ କରି ପାରିଥିଲା। ଜବାବରେ ବାଂଲାଦେଶ ୬ ଓ୍ଵିକେଟ୍ ହରାଇ ୨୬ ରନ କରିଥିଲା। ଏହାପରେ ଚମତ୍କାର ପ୍ରତ୍ୟାର୍ତ୍ତନ କରିଥିଲା। ଲିଟନ ଦାସ ୧୩୮ ରନ ଏବଂ ବୋଲିଂରେ ୫ ଓ୍ଵିକେଟ୍ ଅକ୍ତିକାର କରିଥିବା ମେହନ୍ଦି ହାସନ ମେରାଜ ୭୮ ରନର ଚମତ୍କାର ଇନିଂସ ଖେଳିଥିଲେ। ବାଂଲାଦେଶ ୨୬/୬ରୁ ୨୬୨ ରନ ସ୍କୋର କରି ପାରିଥିଲା।
Also read: ବର୍ଡର-ଗାଭାସ୍କର ଟ୍ରଫିରେ କିଏ ମାରିବ ବାଜି ? ସୁନୀଲ ଗାଭାସ୍କର କରିଲେ ଭବିଷ୍ୟବାଣୀ
ଏହା ପରେ ଦ୍ଵିତୀୟ ଇନିଂସରେ ପାକିସ୍ତାନର ବ୍ୟାଟର ଫ୍ଲପ୍ ମାରିଥିଲେ। ଅବଦୁଲ୍ଲା ଶଫିକ, ବାବର ଆଜମ, ଶାନ ମସୁଦ ଓ ସଉଦ ଶକିଲ ସବୁ ବ୍ୟାଟର ବିଫଳ ହେବାରୁ ଦଳ ମାତ୍ର ୧୭୨ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୧୨ ରନର ଅଗ୍ରଣୀ ଆଧାରରେ ପାକିସ୍ତାନ ଭ୍ରମଣକାରୀ ବାଂଲାଦେଶକୁ ୧୮୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଚତୁର୍ଥ ଦିନରେ ଜାକିର ହସନ ଓ ଶାଦମାନ ଇସଲାମ ବାଂଲାଦେଶକୁ ଦ୍ରୁତ ଆରମ୍ଭ ଦେଇଥିଲେ। ମାତ୍ର ବର୍ଷା ଓ ଖରାପ ପାଣିପାଗ ବାଂଲାଦେଶର ବିଜୟରେ ବାଧକ ସାଜିଥିଲା। ତେବେ ପଞ୍ଚମ ଦିନରେ ଇତିହାସ ରଚିବା ପାଇଁ ବାଂଲାଦେଶକୁ ୧୪୩ ରନ ଦରକାର ଥିଲା। ପିଚ୍ ବୋଲରଙ୍କୁ ସୁହାଇଥିଲେ ମଧ୍ୟ ବାଂଲାଦେଶର ବ୍ୟାଟର ଦମଦାର ପ୍ରଦର୍ଶନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ।
ବାଂଲାଦେଶ ପାଇଁ ଦ୍ଵିତୀୟ ଇନିଂସରେ ଜାକିର ହସନ ୪୦, ଶାଦମାନ ଇସଲାମ ୨୪, ଅଧିନାୟକ ନମଜୁଲ ହୁସେନ ସାଣ୍ଟୋ ୩୮ ଓ ମୋମିଉଲ ହକ ୩୪ ରନ କରିଥିଲେ।ଶେଷରେ ଶାକିବ ଅଲ ହସନ ୨୧ ଓ ମୁସଫିକର ରହିମ ୨୨ ରନ କରି ଅପରାଜିତ ରହିଥିଲେ।