ଟ୍ରମ୍ପ ଏବଂ ମସ୍କଙ୍କୁ ଆମେରିକୀୟ କୋର୍ଟଙ୍କ ଝଟକା, ଅର୍ଥବିଭାଗର ରେକର୍ଡ ହାସଲ ଉପରେ ଲଗାଇଲେ ରୋକ

ୱାସିଂଟନ ୮।୨: ଆମେରିକୀୟ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ବନ୍ଧୁ ଏଲନ ମସ୍କଙ୍କୁ ବଡ଼ ଝଟକା ଦେଇଛନ୍ତି। ବିଚାରପତି ଏଲନ ମସ୍କଙ୍କୁ ନୀତି ବିଭାଗର ସମ୍ବେଦନଶୀଳ ସୂଚନା ହାସଲ କରିବା ଉପରେ ରୋକ ଲଗାଇ ଦେଇଛନ୍ତି। ଫଳରେ ମସ୍କଙ୍କ ଚିନ୍ତା ବଢି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଏକ ସଂଘୀୟ ନ୍ୟାୟାଳୟ ଶନିବାର ଏଲନ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗଙ୍କ ଆର୍ଥିକ ବିଭାଗରୁ ରେକର୍ଡ ହାସଲ କରିବା ଉପରେ ରୋକ ଲଗାଇଛନ୍ତି।   ଏହି ରେକର୍ଡରେ ଲକ୍ଷଲକ୍ଷ ଆମେରିକୀୟଙ୍କ ସାମାଜିକ ସୁରକ୍ଷା ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭଳି ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ରହିଛି। ଆମେରିକୀୟ ଜିଲ୍ଲା ନ୍ୟାୟାଧୀଶ ପଲ ଏଞ୍ଜେଲମେୟର ଏହି ଆଦେଶ ୧୯ ଡେମୋକ୍ରାଟିକ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପରେ ଜାରି କରିଛନ୍ତି। ନ୍ୟୁୟର୍କ ସହରର ସଂଘୀୟ କୋର୍ଟରେ ରୁଜୁ ମାମଲାରେ ଅଭିଯୋଗ ହୋଇଛି ଯେ ଟ୍ରମ୍ପ ପ୍ରଶାସନ ସଂଘୀୟ ଆଇନର ଉଲ୍ଲଂଘନ କରି ମସ୍କଙ୍କ ଟିମ୍ କୁ ଅର୍ଥ ବିଭାଗଙ୍କ କେନ୍ଦ୍ରୀୟ ପୈଠ ପ୍ରଣାଳୀ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଇଛି। ଏହି ପୈଠ ପ୍ରଣାଳୀ ଉପରେ ରିଫଣ୍ଡ, ସାମାଜିକ ସୁରକ୍ଷା ଲାଭ, ପୂର୍ବତନ ସୈନିକଙ୍କ ଲାଭ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଟ୍ରମ୍ପ ପ୍ରଶାସନ ସରକାରୀ ଫାଲତୁ ଖର୍ଚ୍ଚର ସନ୍ଧାନ ପାଇଁ ତଥା ସେଗୁଡିକୁ

ଟ୍ରମ୍ପ ଏବଂ ମସ୍କଙ୍କୁ ଆମେରିକୀୟ କୋର୍ଟଙ୍କ ଝଟକା, ଅର୍ଥବିଭାଗର ରେକର୍ଡ ହାସଲ ଉପରେ ଲଗାଇଲେ ରୋକ

ୱାସିଂଟନ ୮।୨: ଆମେରିକୀୟ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ବନ୍ଧୁ ଏଲନ ମସ୍କଙ୍କୁ ବଡ଼ ଝଟକା ଦେଇଛନ୍ତି। ବିଚାରପତି ଏଲନ ମସ୍କଙ୍କୁ ନୀତି ବିଭାଗର ସମ୍ବେଦନଶୀଳ ସୂଚନା ହାସଲ କରିବା ଉପରେ ରୋକ ଲଗାଇ ଦେଇଛନ୍ତି। ଫଳରେ ମସ୍କଙ୍କ ଚିନ୍ତା ବଢି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଏକ ସଂଘୀୟ ନ୍ୟାୟାଳୟ ଶନିବାର ଏଲନ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗଙ୍କ ଆର୍ଥିକ ବିଭାଗରୁ ରେକର୍ଡ ହାସଲ କରିବା ଉପରେ ରୋକ ଲଗାଇଛନ୍ତି।   

ଏହି ରେକର୍ଡରେ ଲକ୍ଷଲକ୍ଷ ଆମେରିକୀୟଙ୍କ ସାମାଜିକ ସୁରକ୍ଷା ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭଳି ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ରହିଛି। ଆମେରିକୀୟ ଜିଲ୍ଲା ନ୍ୟାୟାଧୀଶ ପଲ ଏଞ୍ଜେଲମେୟର ଏହି ଆଦେଶ ୧୯ ଡେମୋକ୍ରାଟିକ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପରେ ଜାରି କରିଛନ୍ତି। ନ୍ୟୁୟର୍କ ସହରର ସଂଘୀୟ କୋର୍ଟରେ ରୁଜୁ ମାମଲାରେ ଅଭିଯୋଗ ହୋଇଛି ଯେ ଟ୍ରମ୍ପ ପ୍ରଶାସନ ସଂଘୀୟ ଆଇନର ଉଲ୍ଲଂଘନ କରି ମସ୍କଙ୍କ ଟିମ୍ କୁ ଅର୍ଥ ବିଭାଗଙ୍କ କେନ୍ଦ୍ରୀୟ ପୈଠ ପ୍ରଣାଳୀ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଇଛି। 

ଏହି ପୈଠ ପ୍ରଣାଳୀ ଉପରେ ରିଫଣ୍ଡ, ସାମାଜିକ ସୁରକ୍ଷା ଲାଭ, ପୂର୍ବତନ ସୈନିକଙ୍କ ଲାଭ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଟ୍ରମ୍ପ ପ୍ରଶାସନ ସରକାରୀ ଫାଲତୁ ଖର୍ଚ୍ଚର ସନ୍ଧାନ ପାଇଁ ତଥା ସେଗୁଡିକୁ ସମାପ୍ତ କରିବା ପାଇଁ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ ଡିଓଜିଇର ଗଠନ କରିଥିଲେ। ସେହି ଅନୁସାରେ ମସ୍କଙ୍କ ବିଭାଗ କେନ୍ଦ୍ରୀୟ ପୈଠ ବିଭାଗର ସମ୍ବେଦନଶୀଳ ରେକର୍ଡ ହାସଲ କରିବା ପାଇଁ ପଦକ୍ଷେପ ନେଇଥିଲେ। ତେବେ ତା ପୂର୍ବରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି।