ଟ୍ରେନରେ ହଟହଟା ହେଲେ ବୃଦ୍ଧ, ଗୋମାଂସକୁ ନେଇ ଯାତ୍ରା କରୁଥିବା ସନ୍ଦେହ

ଭଲକରି ଦେଖି ନିଅନ୍ତୁ ଏହି ଫୋଟଟିକୁ । ଏ ଦୃଶ୍ୟ ହେଉଛି ମହାରାଷ୍ଟ୍ର ନାଶିକର । ଗୋମାଂସ ନେଇ ଯାତ୍ରା କରୁଥିବା ସନ୍ଦେହରେ ଏକ ବୃଦ୍ଧଙ୍କୁ କିଛି ଯୁବକ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଭିଡିଓ ଟିରେ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଟ୍ରେନ ଭିତରେ ସୀମାକୁ ଅତିକ୍ରମ କରିଛନ୍ତି କିଛି ଲୋକ ଓ ଯୁବକ । ଶେଷରେ ଆଇନକୁ […] The post ଟ୍ରେନରେ ହଟହଟା ହେଲେ ବୃଦ୍ଧ, ଗୋମାଂସକୁ ନେଇ ଯାତ୍ରା କରୁଥିବା ସନ୍ଦେହ appeared first on KNews Odisha.

ଟ୍ରେନରେ ହଟହଟା ହେଲେ ବୃଦ୍ଧ, ଗୋମାଂସକୁ ନେଇ ଯାତ୍ରା କରୁଥିବା ସନ୍ଦେହ
maharastra viral

ଭଲକରି ଦେଖି ନିଅନ୍ତୁ ଏହି ଫୋଟଟିକୁ । ଏ ଦୃଶ୍ୟ ହେଉଛି ମହାରାଷ୍ଟ୍ର ନାଶିକର । ଗୋମାଂସ ନେଇ ଯାତ୍ରା କରୁଥିବା ସନ୍ଦେହରେ ଏକ ବୃଦ୍ଧଙ୍କୁ କିଛି ଯୁବକ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଭିଡିଓ ଟିରେ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଟ୍ରେନ ଭିତରେ ସୀମାକୁ ଅତିକ୍ରମ କରିଛନ୍ତି କିଛି ଲୋକ ଓ ଯୁବକ । ଶେଷରେ ଆଇନକୁ ନିଜ ହାତକୁ ନେଇଛନ୍ତି । ଏହି ଚିତ୍ରରେ ଦେଖିବାକୁ ମିଳିଛି କିପରି ବୃଦ୍ଧ ବ୍ୟକ୍ତିଙ୍କୁ ଘେରି ରହିଛନ୍ତି କିଛି ଯୁବକ । ଯେଉଁମାନେ କି ଏହି ବୃଦ୍ଧାଙ୍କୁ ମାଡ ମାରିଛନ୍ତି । ଫଳରେ ସେ ଭୟଭୀତ ହୋଇଯାଇଛନ୍ତି ।

ଏବଂ କହିଛନ୍ତି ସେ ସାଙ୍ଗରେ ନେଉଥିବା ମାଂସ ଗୋ ମାଂସ ନୁହଁ ଛେଳି ମାଂସ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆସାରାଫ ମୁନୟାର । ଯିଏକି ଦୁଇଟି ପ୍ଲାଷ୍ଟିକ ବକ୍ସରେ ମାଂସ ନେଇ ଯାତ୍ରା କରୁଥିଲେ । ଏହି ମାଂସକୁ ଦେଖି କିଛି ଯୁବକ ବୃଦ୍ଧ ବ୍ୟକ୍ତିଙ୍କୁ କେଉଁଠି ଯିବ, ସାଙ୍ଗରେ କଣ ନେଇକି ଯାଇଛ,ତମେ କେଉଁଠାରୁ ଆସିଛ,କେତେ ଲୋକ ଏହି ମାଂସକୁ ଖାଇବେ ଏଭଳି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବୃଦ୍ଧ ତାଙ୍କ ଝିଅ ଘରକୁ ଯିବା କଥା କହିଥିଲେ ।

ରେଳ କମିଶନର ଏହି ଘଟଣାକୁ ତଦନ୍ତ କରିଛନ୍ତି । ପ୍ରକୃତରେ ଏହା ଗୋମାଂସ କି ନୁହେଁ ତାହା ତଦନ୍ତ କଲା ପରେ ସ୍ପଷ୍ଟ କରାଯିବ । ତେବେ ତାଙ୍କୁ ମାଡ ମାରୁଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି ବୋଲି କହିଛନ୍ତି କମିଶନର । ପୋଲିସ ଦୁଇ ଅଭିୟୁକ୍ତଙ୍କୁ ଚିହ୍ନଟ କରିଛି । ଯେଉଁମାନେ ଧୁଲେ ବାସିନ୍ଦା ବୋଲି ଜଣା ପଡିଛି । ସେମାନଙ୍କୁ ଖୋଜିବା ପାଇଁ ଧୁଲେ କୁ ଏକ ପୋଲିସ ଟିମ୍‌ ପଠା ଯାଇଛି ।

The post ଟ୍ରେନରେ ହଟହଟା ହେଲେ ବୃଦ୍ଧ, ଗୋମାଂସକୁ ନେଇ ଯାତ୍ରା କରୁଥିବା ସନ୍ଦେହ appeared first on KNews Odisha.