ଟ୍ରେନ୍‌ ବଗିରେ ମହିଳାଙ୍କୁ ଗଣବଳାତ୍କାର

ପାନିପତ, ୮ା୭: ହରିୟାଣାର ପାନିପତ ରେଳ ଷ୍ଟେଶନରେ ଠିଆ ହୋଇଥିବା ଏକ ଟ୍ରେନ୍‌ର ଖାଲି ବଗିରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୩ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ସୋନେପତ ନେଇ ରେଳ ଟ୍ରାକ୍‌ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ସେହି ସମୟରେ ଏକ ଟ୍ରେନ୍‌ ମାଡ଼ିଯିବାରୁ ମହିଳାଙ୍କ ଗୋଡ଼ କଟିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଜାରି ରଖିଛି। […] The post ଟ୍ରେନ୍‌ ବଗିରେ ମହିଳାଙ୍କୁ ଗଣବଳାତ୍କାର appeared first on Dharitri Odia News.

ଟ୍ରେନ୍‌ ବଗିରେ ମହିଳାଙ୍କୁ ଗଣବଳାତ୍କାର

ପାନିପତ, ୮ା୭: ହରିୟାଣାର ପାନିପତ ରେଳ ଷ୍ଟେଶନରେ ଠିଆ ହୋଇଥିବା ଏକ ଟ୍ରେନ୍‌ର ଖାଲି ବଗିରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୩ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ସୋନେପତ ନେଇ ରେଳ ଟ୍ରାକ୍‌ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ସେହି ସମୟରେ ଏକ ଟ୍ରେନ୍‌ ମାଡ଼ିଯିବାରୁ ମହିଳାଙ୍କ ଗୋଡ଼ କଟିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଜାରି ରଖିଛି। ମହିଳା ଜଣଙ୍କ ଗତ ୨୪ ତାରିଖରୁ ନିଖୋଜ ଥିଲେ। ଏନେଇ ୨୬ ତାରିଖରେ ତାଙ୍କ ସ୍ବାମୀ ଥାନାରେ ଏତଲା ଦେଇଥିଲେ। ଘରୁ ଚାଲିଆସି ସେ ରେଳ ଷ୍ଟେଶନରେ ବସିଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସ୍ବାମୀ କହିବାରୁ ଆସିଛନ୍ତି ବୋଲି କହି ତାଙ୍କ ବିଶ୍ୱାସ ଜିଣିଥିଲେ। ସ୍ବାମୀଙ୍କ ପାଖରେ ନେଇ ଛାଡ଼ିଦେବାକୁ ଭରସା ଦେଇ ସେ ପୀଡ଼ିତାଙ୍କୁ ଏକ ଖାଲି ଟ୍ରେନ୍‌ ବଗି ମଧ୍ୟକୁ ନେଇ ଯାଇଥିଲେ ଏବଂ ସେଠାରେ ନିଜର ୨ ସହଯୋଗୀଙ୍କ ସହ ତାଙ୍କୁ ଗଣବଳାତ୍କାର କରିଥିଲେ।

The post ଟ୍ରେନ୍‌ ବଗିରେ ମହିଳାଙ୍କୁ ଗଣବଳାତ୍କାର appeared first on Dharitri Odia News.