ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ କଂଗ୍ରେସ ବିଧାୟିକା ଭିନେଶ ଫୋଗଟ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ ରେସଲର ତଥା କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ନିଜର ସୋସିଆଲ ମିଡିଆରେ ଭିନେଶ ଫୋଗଟଙ୍କୁ... The post ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ କଂଗ୍ରେସ ବିଧାୟିକା ଭିନେଶ ଫୋଗଟ appeared first on .
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ ରେସଲର ତଥା କଂଗ୍ରେସ ବିଧାୟିକା ଭିନେଶ ଫୋଗଟ ନିଜର ସୋସିଆଲ ମିଡିଆରେ ଭିନେଶ ଫୋଗଟଙ୍କୁ କଡ଼ା ଜବାବ ଦେଇଛନ୍ତି । ଭିନେଶ ଫୋଗଟଙ୍କୁ ୪ କୋଟି ଟଙ୍କା ସାଙ୍ଗକୁ ପ୍ଲଟ ଦେବାକୁ ସରକାର ଘୋଷଣା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଓ୍ବାର ଦେଖିବାକୁ ମିଳିଛି । ଭିନେଶଙ୍କୁ ଫ୍ୟାନ୍ସମାନେ ବାରମ୍ବାର ପଚାରୁଛନ୍ତି କି, କେବେ ଆପଣଙ୍କୁ ମିଳିବ । ଏହାକୁ ନେଇ ସେ କହିଛନ୍ତି କି, ୨ ଟଙ୍କାର ପାଇଁ ଟ୍ବିଟ୍ କରୁଥିବା ଲୋକ କଣ ଜ୍ଞାନ ଦେବେ ।
ଭିନେଶ କହିଛନ୍ତି କି, ଆପଣଙ୍କ ସୂଚନା ପାଇଁ, ମୁଁ ଆପଣଙ୍କୁ କହି ରଖୁଛି ଯେ ଏପର୍ଯ୍ୟନ୍ତ ମୁଁ କୋଟି କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ମୃଦୁ ପାନୀୟଠାରୁ ଆରମ୍ଭ କରି ଅନଲାଇନ୍ ଗେମିଂ ପର୍ଯ୍ୟନ୍ତ, ମୁଁ କେବେବି ମୋର ନୀତି ସହିତ ସାଲିସ୍ କରିନାହିଁ। ମୁଁ ଯାହା ବି ହାସଲ କରିଛି, ତାହା କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ମୋର ପ୍ରିୟଜନଙ୍କ ଆଶୀର୍ବାଦରେ କରିଛି ଏବଂ ମୁଁ ଏଥିପାଇଁ ଗର୍ବିତ।
ଭିନେଶ ଫୋଗତଙ୍କ ପୁରସ୍କାର ରାଶିକୁ ନେଇ ବିବାଦ ମଧ୍ୟରେ, ତାଙ୍କ ସମ୍ପର୍କୀୟ ଭଉଣୀ ବିଜେପି ନେତା ବବିତା ଫୋଗତ କହିଛନ୍ତି ଯେ ଯଦି ମୋତେ ପ୍ରାୟ ୧୫ ବର୍ଷ ପୂର୍ବରୁ ଏପରି କ୍ରୀଡ଼ା ସୁବିଧା ମିଳିଥାନ୍ତା, ତେବେ ମୋତେ କ୍ରୀଡ଼ା ଛାଡିବାକୁ ପଡିନଥାନ୍ତା। ମୁଁ ଅଲିମ୍ପିକ୍ ଗେମ୍ସରେ ପହଞ୍ଚିଲି, କିନ୍ତୁ ପଦକ ଜିତିପାରିଲି ନାହିଁ ଏବଂ ସୁବିଧା ଅଭାବରୁ ମୋତେ ଏହି କ୍ରୀଡା ଛାଡ଼ିବାକୁ ପଡିଲା। ବବିତା ଫୋଗତ ବିଜେପି ଟିକେଟରେ ଚରଖି ଦାଦରୀରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସେପଟେ ଏହାକୁ ନେଇ ଭିନେଶ ମଧ୍ୟ କଡ଼ା ଜବାବ ଦେଇଛନ୍ତି । ତୁମେ ଚୁପ୍ ରୁହୁ । ତୁମେ କେବଳ କାନ୍ଦିବ ଆଉ କାନ୍ଦିବ ।
The post ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ କଂଗ୍ରେସ ବିଧାୟିକା ଭିନେଶ ଫୋଗଟ appeared first on .