ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବ। ଏହି ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଉପରେ ଆସନ୍ତା ଏପ୍ରିଲରେ ବସିବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କାର୍ଯ୍ୟକାରୀ ବୈଠକରେ ଆଲୋଚନା କରାଯାଇପାରେ। ଆସନ୍ତା ଜୁନରେ ଇଂଲଣ୍ଡ ବିପକ୍ଷରେ ଭାରତର ୫ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ସହିତ ୨୦୨୫-୨୭ ଡବ୍ଲ୍ୟୁଟିସି ସାଇକେଲ […] The post ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ appeared first on Dharitri Odia News.

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବ। ଏହି ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଉପରେ ଆସନ୍ତା ଏପ୍ରିଲରେ ବସିବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କାର୍ଯ୍ୟକାରୀ ବୈଠକରେ ଆଲୋଚନା କରାଯାଇପାରେ। ଆସନ୍ତା ଜୁନରେ ଇଂଲଣ୍ଡ ବିପକ୍ଷରେ ଭାରତର ୫ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ସହିତ ୨୦୨୫-୨୭ ଡବ୍ଲ୍ୟୁଟିସି ସାଇକେଲ ଆରମ୍ଭ ହେବ।

ପ୍ରଚଳିତ ନିୟମ ମୁତାବକ, କମ୍‌ ବ୍ୟବଧାନ କିମ୍ବା ଏକ ଇନିଂସ ବ୍ୟବଧାନରେ ମ୍ୟାଚ ଜିତିଲେ ଦଳକୁ ୧୨ ପଏଣ୍ଟ, ମ୍ୟାଚ ଟାଇ ହେଲେ ୬ ପଏଣ୍ଟ ଓ ଡ୍ର’ ହେଲେ ୪ ପଏଣ୍ଟ ପ୍ରଦାନ କରାଯାଉଛି। ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଏକ ଇନିଂସ କିମ୍ବା ୧୦୦ ରନ ଭଳି ବଡ଼ ବ୍ୟବଧାନରେ ବିଜୟ ପାଇଁ ଦଳକୁ ବୋନସ ପଏଣ୍ଟ ପ୍ରଦାନ କରାଯାଇପାରେ। ଡବ୍ଲ୍ୟୁଟିସିର ପ୍ରଥମ ସଂସ୍କରଣ ଆରମ୍ଭ ହେବା ପରଠାରୁ ଏକ ଇନିଂସ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ବ୍ୟବସ୍ଥା କରିବା ପାଇଁ ଚର୍ଚ୍ଚା ହୋଇଆସୁଛି। ଏତଦ୍‌ ବ୍ୟତୀତ ଘରଠାରୁ ଦୂରରେ ମ୍ୟାଚ ଜିତିବା ଲାଗି ମଧ୍ୟ ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବା ସମ୍ପର୍କରେ ଏବଂ ଦୁଇ ଥାକିଆ ଟେଷ୍ଟ ସିଷ୍ଟମ ଉପରେ ମଧ୍ୟ ବିଚାର କରାଯିବ।

The post ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ appeared first on Dharitri Odia News.