ତୁମକୁ ଫାଇନାଲ୍ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍
ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ବେଙ୍ଗାଲୁରୁ ଚତୁର୍ଥ ଏବଂ ଶେଷ ଦଳ ହୋଇଛି। ମ୍ୟାଚ ପରେ ବେଙ୍ଗାଲୁରୁ ଖେଳାଳିମାନେ ସେଲିବ୍ରେଶନରେ ଏତେ ବ୍ୟସ୍ତ ଥିବାରୁ ଏମଏସ ଧୋନୀଙ୍କ ସହ ହାତ ମିଳାଇ ନ ଥିବାରୁ ଅନେକ ଆଲୋଚନା ହୋଇଥିଲା। ଧୋନୀ ଖେଳାଳିଙ୍କ ସହ ହାତ ମିଳାଇ ଡ୍ରେସିଂ ରୁମକୁ ଯାଇଥିଲେ। ଏବେ ଧୋନୀ […] The post ତୁମକୁ ଫାଇନାଲ୍ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ବେଙ୍ଗାଲୁରୁ ଚତୁର୍ଥ ଏବଂ ଶେଷ ଦଳ ହୋଇଛି। ମ୍ୟାଚ ପରେ ବେଙ୍ଗାଲୁରୁ ଖେଳାଳିମାନେ ସେଲିବ୍ରେଶନରେ ଏତେ ବ୍ୟସ୍ତ ଥିବାରୁ ଏମଏସ ଧୋନୀଙ୍କ ସହ ହାତ ମିଳାଇ ନ ଥିବାରୁ ଅନେକ ଆଲୋଚନା ହୋଇଥିଲା। ଧୋନୀ ଖେଳାଳିଙ୍କ ସହ ହାତ ମିଳାଇ ଡ୍ରେସିଂ ରୁମକୁ ଯାଇଥିଲେ। ଏବେ ଧୋନୀ ଏବଂ କୋହଲିଙ୍କ ମଧ୍ୟରେ ସ୍ବତନ୍ତ୍ର ବାର୍ତ୍ତାଳାପ ଡ୍ରେସିଂ ରୁମ ଭିତରୁ ସାମ୍ନାକୁ ଆସିଛି।
ସ୍ବେଙ୍ଗାଲୁରୁ ମ୍ୟାଚ ଜିତିବା ପରେ ବିରାଟ କୋହଲି ଚେନ୍ନାଇ ସୁପର କିଙ୍ଗ୍ସର ଡ୍ରେସିଂ ରୁମକୁ ଯାଇ ସେଠାରେ ଏମଏସ ଧୋନୀଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଧୋନୀ କୋହଲିଙ୍କୁ କହିଛନ୍ତି ଯେ, ତୁମେ ଫାଇନାଲକୁ ଯାଇ ଜିତିବା ଉଚିତ୍। ଧୋନୀ ବିରାଟ କୋହଲିଙ୍କୁ ଫାଇନାଲରେ ପ୍ରବେଶ କରି ଟାଇଟଲ ମ୍ୟାଚ ଜିତିବାରେ ଶୁଭେଚ୍ଛା ଜଣାଇଛନ୍ତି।
ବେଙ୍ଗାଲୁରୁ ଦଳ ଏପର୍ଯ୍ୟନ୍ତ ତିନିଥର ଫାଇନାଲ ଖେଳିଛି, କିନ୍ତୁ ପ୍ରତ୍ୟେକ ଥର ସେମାନଙ୍କୁ ରନର୍ ଅପ ହୋଇ ସନ୍ତୁଷ୍ଟ ହେବାକୁ ପଡିବ। ବେଙ୍ଗାଲୁରୁ ପ୍ରଥମେ ୨୦୦୯ରେ ଫାଇନାଲ ଖେଳିଥିଲା। ଏହା ପରେ ଦଳ ଦ୍ୱିତୀୟ ଥର ପାଇଁ ୨୦୧୧ ଆଇପିଏଲ ର ଫାଇନାଲ ଖେଳିଲା। ତାପରେ ତୃତୀୟ ଥର ପାଇଁ ବେଙ୍ଗାଲୁରୁ ୨୦୧୬ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା। ଦଳକୁ ପୁଣି ଥରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ବର୍ତ୍ତମାନ ଦଳ ଫାଇନାଲରେ ପହଞ୍ଚିପାରିବ କି ନାହିଁ ତାହା ଦେଖିବା ମଜାଦାର ହେବ।
The post ତୁମକୁ ଫାଇନାଲ୍ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍ appeared first on Dharitri Odia News.