ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ
ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିମଧ୍ୟରୁ ୧୮ ପ୍ରତିଶତ ପ୍ରାର୍ଥୀ ନିଜ ନାଁରେ ଆପରାଧିକ ମାମଲା ଥିବା ନେଇ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟରେ ସମୁଦାୟ ୧୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୯ ପ୍ରତିଶତ ଅର୍ଥାତ ୧୨୩ ମହିଳା ପ୍ରାର୍ଥୀ ରହିଛନ୍ତି। ଆସୋସିଏଶନ […] The post ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ appeared first on Dharitri Odia News.
ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିମଧ୍ୟରୁ ୧୮ ପ୍ରତିଶତ ପ୍ରାର୍ଥୀ ନିଜ ନାଁରେ ଆପରାଧିକ ମାମଲା ଥିବା ନେଇ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟରେ ସମୁଦାୟ ୧୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୯ ପ୍ରତିଶତ ଅର୍ଥାତ ୧୨୩ ମହିଳା ପ୍ରାର୍ଥୀ ରହିଛନ୍ତି। ଆସୋସିଏଶନ ଅଫ୍ ଡେମୋକ୍ରାଟିକ ରିଫର୍ମସ(ଏଡିଆର) ଓ ନ୍ୟାଶ୍ନାଲ ଇଲେକ୍ସନ ଓ୍ବାଚ୍ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ବିଶ୍ଳେଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତୃତୀୟ ପର୍ଯ୍ୟାୟରେ ୧୮ ପ୍ରତିଶତ ଅର୍ଥାତ ୨୪୪ ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ରୁଜୁ ହୋଇଛି। ୨ ମୁଖ୍ୟ ଜାତୀୟ ଦଳ ଭାଜପାର ୨୭ ପ୍ରତିଶତ ଓ କଂଗ୍ରେସର ୩୮ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ସେହିପରି ହତ୍ୟା ପରି ସଙ୍ଗିନ ମାମଲା ୨୯ ଜଣ ପ୍ରାର୍ଥୀଙ୍କ ନାଁରେ ରହିଥିବାବେଳେ ମହିଳାଙ୍କ ପ୍ରତି ଅପରାଧ ମାମଲା ୩୮ ଜଣ ପ୍ରାର୍ଥୀଙ୍କ ବିରୋଧରେ ରହିଛି। ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟରେ ୨୯ ପ୍ରତିଶତ ଅର୍ଥାତ ୩୯୨ ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି। ଏହି ପର୍ଯ୍ୟାୟରେ ଭାଜପା ପକ୍ଷରୁ ୯୪ ପ୍ରତିଶତ କୋଟିପତି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ ୮୮ ପ୍ରତିଶତ କୋଟିପତି ପ୍ରାର୍ଥୀ ରହିଛନ୍ତି। ତୃତୀୟ ପର୍ଯ୍ୟାୟରେ ପ୍ରତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୫.୬୬ କୋଟି ରହିଛି। ପ୍ରତି ଭାଜପା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୪୪.୦୭ କୋଟି ହୋଇଥିବାବେଳେ କଂଗ୍ରେସର ପ୍ରତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୦.୫୯ କୋଟି ରହିଛି।
The post ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ appeared first on Dharitri Odia News.