ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ’: ୟୁକ୍ରେନର ଆକ୍ରମଣ ପରେ ରୁଷିଆର ବଡ଼ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ। ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା... The post ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ’: ୟୁକ୍ରେନର ଆକ୍ରମଣ ପରେ ରୁଷିଆର ବଡ଼ ଚେତାବନୀ appeared first on .

ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ’: ୟୁକ୍ରେନର ଆକ୍ରମଣ ପରେ ରୁଷିଆର ବଡ଼ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ। ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛି ରୁଷିଆ। ଋଷିଆ ସାଂସଦ ତଥା ସଂସଦର ଉପସଭାପତି ମିଖାଇଲ ଶେରମେଟ୍ ଏହି ବୟାନ ଦେଇଛନ୍ତି। ୟୁକ୍ରେନ ରୁଷିଆର କୁର୍ସ୍କ ଅଂଚଳରେ ଆକ୍ରମଣ କରିଥିବାବେଳେ ରୁଷିଆ ସାଂସଦଙ୍କ ଏହି ବିବାଦୀୟ ବୟାନ ଆସିଛି। ୟୁକ୍ରେନ ଆକ୍ରମଣ ପଛରେ ପାଶ୍ଚାତ୍ୟ ଦେଶର ହାତ ରହିଛି ବୋଲି କହିଛନ୍ତି ଋଷ ସାଂସଦ।

କୁର୍ସ୍କ ଆକ୍ରମଣରେ ବିଦେଶୀ ଅସ୍ତ୍ରଶସ୍ତ୍ର ମିଳିଥିବା ପ୍ରମାଣ ରହିଛି ବୋଲି କହିଛନ୍ତି ରୁଷ ସାଂସଦ। ଆଉ ଏହି କାରଣରୁ ତୃତୀୟ ବିଶ୍ଵଯୁଦ୍ଧ ହୋଇପାରେ ବୋଲି କହିଛନ୍ତି ମିଖାଇଲ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଋଷ ସୀମାନ୍ତରେ ସବୁଠାରୁ ଏହା ବଡ଼ ହମଲା ବୋଲି ଜଣାପଡିଛି। ରୁଷିଆରେ ହଜାର ବର୍ଗକିଲୋମିଟର ଅଂଚଳ ଉପରେ କବଜା କରିଥିବା ଦାବି କରିଛି ୟୁକ୍ରେନ। ଗତ ୬ ଅଗଷ୍ଟରେ ୟୁକ୍ରେନ ସେନା ଏହି ଆକ୍ରମଣ କରିଥିଲା। ୟୁକ୍ରେନ ସେନା ଋଷ ସୀମାର ଅନେକ ଭିତରକୁ ପ୍ରବେଶ କରିଥିବା ଦାବି କରିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି।

The post ତୃତୀୟ ବିଶ୍ଵଯୁଦ୍ଧ ଦ୍ଵାରଦେଶରେ ସାରା ଦୁନିଆ’: ୟୁକ୍ରେନର ଆକ୍ରମଣ ପରେ ରୁଷିଆର ବଡ଼ ଚେତାବନୀ appeared first on .