ତେଲଙ୍ଗାନା, ଝାଡ଼ଖଣ୍ଡରେ ୨ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ବେହେରା,୧୭।୩(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋମବାର ସେମାନଙ୍କ ମୃତଦେହ ଗାଁରେ ପହଞ୍ଚିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ଧର୍ମଗଡ଼ ବ୍ଲକ ଖଇରପଦର ଗ୍ରାମର ପ୍ରଦ୍ୟୁମ୍ନ ସାହୁଙ୍କ ଏକମାତ୍ର ପୁଅ ଜନ୍ମେଜୟ ଓରଫ ପିଣ୍ଟୁ(୨୧) ଏବଂ ଛଞ୍ଚାଣବାହାଲି ପଞ୍ଚାୟତ ବେହେରାଗୁଡାର ଘନଶ୍ୟାମ ପୋଡ଼(୪୦)। […] The post ତେଲଙ୍ଗାନା, ଝାଡ଼ଖଣ୍ଡରେ ୨ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.
ବେହେରା,୧୭।୩(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ୨ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋମବାର ସେମାନଙ୍କ ମୃତଦେହ ଗାଁରେ ପହଞ୍ଚିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ଧର୍ମଗଡ଼ ବ୍ଲକ ଖଇରପଦର ଗ୍ରାମର ପ୍ରଦ୍ୟୁମ୍ନ ସାହୁଙ୍କ ଏକମାତ୍ର ପୁଅ ଜନ୍ମେଜୟ ଓରଫ ପିଣ୍ଟୁ(୨୧) ଏବଂ ଛଞ୍ଚାଣବାହାଲି ପଞ୍ଚାୟତ ବେହେରାଗୁଡାର ଘନଶ୍ୟାମ ପୋଡ଼(୪୦)।
ଗତ ଜାନୁଆରୀ ୧୭ରେ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦ୍ରପୁରା ଅଞ୍ଚଳକୁ ଯାଇ ଜନ୍ମେଜୟ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କାର୍ଯ୍ୟରତ ସମୟରେ ବିଦ୍ୟୁତ୍ ଆଘାତରେ ଜନ୍ମେଜୟଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପିତା ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ପରିବାରର ଏକମାତ୍ର ପୁଅକୁ ହରାଇ ସମସ୍ତେ ଭାଙ୍ଗିପଡ଼ିଛନ୍ତି। ସେହିପରି ଗତ ୪ମାସ ତଳେ ଘନଶ୍ୟାମ ସ୍ତ୍ରୀ ଦୁତିକାଙ୍କ ସହ ପେଟପାଟଣା ପାଇଁ ତେଲଙ୍ଗାନା ଯାଇଥିଲେ। ତେଲଙ୍ଗାନାର ଖମାମ ନିକଟରେ ଏକ ଇଟା ଭାଟିରେ କାମ କରୁଥିଲେ। ହେଲେ ଶନିବାର ହଠାତ ଛାତିରେ ଯନ୍ତ୍ରଣା ହେବା ପରେ ସାଙ୍ଗସାଥୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ତେଲଙ୍ଗାନା, ଝାଡ଼ଖଣ୍ଡରେ ୨ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.