ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ I ରାଜ୍ୟ ଅତିଥିଭବନରେ ଚାଲିଥିଲା ସମୀକ୍ଷା ବୈଠକ। ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଲୋକଙ୍କୁ ଗୁଣାତ୍ମକ ସେବା କିପରି ଯୋଗାଇ ଦିଆଯିବ ଏବଂ ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଥାଙ୍କ ଏତଲା ଦେବାକୁ ଆସିଥିବା ଯେକୌଣସି ଲୋକ ଯେପରି ହIରIସ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ I ରାଜ୍ୟ ଅତିଥିଭବନରେ ଚାଲିଥିଲା ସମୀକ୍ଷା ବୈଠକ। ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ ଓ ଆଇଜି ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଲୋକଙ୍କୁ ଗୁଣାତ୍ମକ ସେବା କିପରି ଯୋଗାଇ ଦିଆଯିବ ଏବଂ ଲୋକଙ୍କୁ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଥାଙ୍କ ଏତଲା ଦେବାକୁ ଆସିଥିବା ଯେକୌଣସି ଲୋକ ଯେପରି ହIରIସ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I
ଏବାବଦରେ ପୋଲିସ ଡିଜି କହିଛନ୍ତି, ଅନେକ ପ୍ରସଙ୍ଗରେ ଆଲୋଚନା ହେଲା। ରାଜ୍ୟରେ ପୋଲିସର ସ୍ଥିତି ଓ ଆଇନଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବିଶେଷକରି ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ ଡିଜି।