ଦମ୍‌ଦାର କମେଡି ସହ ସିରିଏସ୍ ରୋଲ୍ରେ, ଫିଲ୍ମ ‘କ୍ରୁ’ରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତବୁ

ମୁମ୍ଵାଇ ୩୧।୦୩: ହିନ୍ଦୀ ସିନେମାରେ ଯେତେବେଳେ ଦମ୍‌ଦାର  ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ହୁଏ, ତବୁଙ୍କ  ନାଁ ସର୍ବପ୍ରଥମେ ଆସେ । ତାଙ୍କର ସର୍ବଶେଷ୍ଠ ଚରିତ୍ର ବିଷୟରେ ଯେତେବେଳେ ବି ଚର୍ଚ୍ଚା ହୁଏ, ତାଙ୍କ  ସିରିୟସ୍‌ ରୋଲ୍‌ ହିଁ ଆଗରେ ଥାଏ । ‘ମାଚିସ୍‌’,  ‘ମକବୁଲ’, ‘ହୈଦର’ ଓ କିଛି ମାସ ତଳେ ମୁକ୍ତିପ୍ରାପ୍ତ ‘ଖୁଫିୟା’ ଭଳି ଫିଲ୍ମରେ  ତାଙ୍କ ସିରିୟସ୍‌ ରୋଲ୍‌ ଦର୍ଶକଙ୍କ  ମନ ଜିଣିଛି । କିନ୍ତୁ ଗତ ଶୁକ୍ରବାର  ମୁକ୍ତିଲାଭ କରିଥିବା ମଲ୍ଟି ଷ୍ଟାରର୍‌  ‘କ୍ରୁ’ ଏକ କମେଡି ଫିଲ୍ମ । ଏଥିରେ  ତବୁଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି  କରୀନା ଓ କ୍ରିତି ସାନନ୍‌ । ଫିଲ୍ମ ରିଲିଜ୍‌ ପରେ ମିଳୁଥିବା  ପ୍ରତିକ୍ରିୟା ଅନୁସାରେ, ‘କ୍ରୁ’ର କମେଡି  ଖୁବ୍‌ ମଜାଦାର। ଏଥିରେ ତବୁଙ୍କ  କାମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି ।  ତେବେ ପ୍ରଥମ ଥର ତବୁ କମେଡି  କ୍ଷେତ୍ରରେ ଏଣ୍ଟ୍ରି କରିନାହାନ୍ତି । ହେଲେ  ତାଙ୍କ ସିରିୟସ୍‌ ରୋଲ୍‌କୁ ଦର୍ଶକ ଯେତିକି  ଧ୍ୟାନ ଦେଇଛନ୍ତି, ସେତିକି ତାଙ୍କ କମେଡିକୁ  ଦେଇନାହାନ୍ତି । କ୍ୟାରିଅର୍‌ ଆରମ୍ଭରୁ ଆଜି  ପର୍ଯ୍ୟନ୍ତ କମେଡି କ୍ଷେତ୍ରରେ ନିଜର ଦକ୍ଷତା  ସେ ଦେଖାଇଛନ୍ତି । ଅତି ଗମ୍ଭୀର ଫିଲ୍ମରେ ତବୁଙ୍କ ସହ କାମ  କରିଥିବା ବିଶାଲ ଭରଦ୍ୱାଜ କହିଛନ୍ତି,  ତବୁ ଜଣେ ମଜାଦାର ମଣିଷ । ୧୯୯୪  ମସିହାରେ ମୁକ୍ତିପ୍ରାପ୍ତ ‘ପହ୍‌ଲା  ପହ୍‌ଲା ପ୍ୟାର୍‌’ରେ ତବୁ ପ୍ରଥମ ଥର  ଲିଡ୍‌ ଭୂମିକା ନିର

ଦମ୍‌ଦାର କମେଡି ସହ ସିରିଏସ୍ ରୋଲ୍ରେ, ଫିଲ୍ମ ‘କ୍ରୁ’ରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତବୁ

ମୁମ୍ଵାଇ ୩୧।୦୩: ହିନ୍ଦୀ ସିନେମାରେ ଯେତେବେଳେ ଦମ୍‌ଦାର  ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ହୁଏ, ତବୁଙ୍କ  ନାଁ ସର୍ବପ୍ରଥମେ ଆସେ । ତାଙ୍କର ସର୍ବଶେଷ୍ଠ ଚରିତ୍ର ବିଷୟରେ ଯେତେବେଳେ ବି ଚର୍ଚ୍ଚା ହୁଏ, ତାଙ୍କ  ସିରିୟସ୍‌ ରୋଲ୍‌ ହିଁ ଆଗରେ ଥାଏ । ‘ମାଚିସ୍‌’,  ‘ମକବୁଲ’, ‘ହୈଦର’ ଓ କିଛି ମାସ ତଳେ ମୁକ୍ତିପ୍ରାପ୍ତ ‘ଖୁଫିୟା’ ଭଳି ଫିଲ୍ମରେ  ତାଙ୍କ ସିରିୟସ୍‌ ରୋଲ୍‌ ଦର୍ଶକଙ୍କ  ମନ ଜିଣିଛି । କିନ୍ତୁ ଗତ ଶୁକ୍ରବାର  ମୁକ୍ତିଲାଭ କରିଥିବା ମଲ୍ଟି ଷ୍ଟାରର୍‌  ‘କ୍ରୁ’ ଏକ କମେଡି ଫିଲ୍ମ । 

ଏଥିରେ  ତବୁଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି  କରୀନା ଓ କ୍ରିତି ସାନନ୍‌ । ଫିଲ୍ମ ରିଲିଜ୍‌ ପରେ ମିଳୁଥିବା  ପ୍ରତିକ୍ରିୟା ଅନୁସାରେ, ‘କ୍ରୁ’ର କମେଡି  ଖୁବ୍‌ ମଜାଦାର। ଏଥିରେ ତବୁଙ୍କ  କାମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି ।  ତେବେ ପ୍ରଥମ ଥର ତବୁ କମେଡି  କ୍ଷେତ୍ରରେ ଏଣ୍ଟ୍ରି କରିନାହାନ୍ତି । ହେଲେ  ତାଙ୍କ ସିରିୟସ୍‌ ରୋଲ୍‌କୁ ଦର୍ଶକ ଯେତିକି  ଧ୍ୟାନ ଦେଇଛନ୍ତି, ସେତିକି ତାଙ୍କ କମେଡିକୁ  ଦେଇନାହାନ୍ତି । କ୍ୟାରିଅର୍‌ ଆରମ୍ଭରୁ ଆଜି  ପର୍ଯ୍ୟନ୍ତ କମେଡି କ୍ଷେତ୍ରରେ ନିଜର ଦକ୍ଷତା  ସେ ଦେଖାଇଛନ୍ତି । ଅତି ଗମ୍ଭୀର ଫିଲ୍ମରେ ତବୁଙ୍କ ସହ କାମ  କରିଥିବା ବିଶାଲ ଭରଦ୍ୱାଜ କହିଛନ୍ତି,  ତବୁ ଜଣେ ମଜାଦାର ମଣିଷ । 

୧୯୯୪  ମସିହାରେ ମୁକ୍ତିପ୍ରାପ୍ତ ‘ପହ୍‌ଲା  ପହ୍‌ଲା ପ୍ୟାର୍‌’ରେ ତବୁ ପ୍ରଥମ ଥର  ଲିଡ୍‌ ଭୂମିକା ନିର୍ବାହ କରିଥିଲେ ।  ଏଥିରେ ତାଙ୍କର କମିକ୍‌ ଟାଇମିଂ  ଦମ୍‌ଦାର ଥିଲା । ‘କୋହରାମ’ରେ  ନାନା ପାଟେକରଙ୍କ ସହ ତବୁଙ୍କ  କମେଡି ସିନ୍‌ ଫିଲ୍ମର ହାଇ  ପଏଣ୍ଟ୍‌ ଥିଲା । ‘ହେରାଫେରି’ରେ  ମଧ୍ୟ ସୁନୀଲ ଶେଟ୍ଟୀଙ୍କ ସହ ତାଙ୍କ  ଝଗଡ଼ା ବେଶ ମଜାଦାର ଥିଲା ।  ସେହିପରି ‘ଆମ୍‌ଦାନି ଆଠନ୍ନି ଖର୍ଚ୍ଚା  ରୁପୈୟା’, ‘ତୋ ବାତ୍‌ ପକ୍କି’,  ‘ଗୋଲ୍‌ମାଲ ଏଗେନ୍‌’, ‘ଦେ ଦେ  ପ୍ୟାର୍‌ ଦେ’ ଓ ‘ଭୂଲ୍‌ ଭୂଲୈୟା’ ଭଳି  ଫିଲ୍ମରେ ତବୁ କମେଡି କରିଛନ୍ତି ।  ଏବେ ‘କ୍ରୁ’ରେ ଦର୍ଶକ ତବୁଙ୍କ  କମେଡିର ଖୁବ୍‌ ମଜା ଉଠାଉଛନ୍ତି ।