ଦଳ ଅଣଦେଖା କରିବାରୁ ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଭୁବନେଶ୍ୱର,୨୫।୩: ବିଜେଡି ଛାଡିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି। ସେ କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶତଃ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। […] The post ଦଳ ଅଣଦେଖା କରିବାରୁ ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ appeared first on Dharitri Odia News.

ଦଳ ଅଣଦେଖା କରିବାରୁ ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଭୁବନେଶ୍ୱର,୨୫।୩: ବିଜେଡି ଛାଡିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି।

ସେ କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶତଃ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଇଛି।

The post ଦଳ ଅଣଦେଖା କରିବାରୁ ବିଜେଡି ଛାଡିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ appeared first on Dharitri Odia News.