ଦିନିକିଆ କେୟାର କନେକ୍ଟ କର୍ମଶାଳା
ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଆକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହ ଚିକିତ୍ସା ହୋଇଥିବା ରୋଗୀ ଓ ତାଙ୍କ ପରିବାର ସଦସ୍ୟମାନେ ଉକ୍ତ କର୍ମଶାଳାରେ ଭାଗ ନେଇଥିଲେ। ବିଶେଷକରି ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ସୁସମ୍ପର୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ କେୟାର ହସ୍ପିଟାଲର ବରିଷ୍ଠ […] The post ଦିନିକିଆ କେୟାର କନେକ୍ଟ କର୍ମଶାଳା appeared first on Dharitri Odia News.
ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ବିଭିନ୍ନ ପ୍ରକାର ସ୍ନାୟୁରୋଗରେ ଆକ୍ରାନ୍ତ ହୋଇ କେୟାର ହସ୍ପିଟାଲରେ ସଫଳତାର ସହ ଚିକିତ୍ସା ହୋଇଥିବା ରୋଗୀ ଓ ତାଙ୍କ ପରିବାର ସଦସ୍ୟମାନେ ଉକ୍ତ କର୍ମଶାଳାରେ ଭାଗ ନେଇଥିଲେ। ବିଶେଷକରି ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଏକ ସୁସମ୍ପର୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ କେୟାର ହସ୍ପିଟାଲର ବରିଷ୍ଠ ନ୍ୟୁରୋସର୍ଜନ ଡା.ସୁଶାନ୍ତ ଦାସ, ଡା. ଆତ୍ମାରଞ୍ଜନ ଦାଶ ଏବଂ ଡା. ମିତାଲି କର ପ୍ରମୁଖ ଯୋଗଦେଇ ହସ୍ପିଟାଲରୁ ଡିସ୍ଚାର୍ଜ ପରେ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଅପରପକ୍ଷରେ କେୟାର ହସ୍ପିଟାଲ ଭୁବନେଶ୍ୱରର ଏଚ୍ସିଓଓ କିସ୍ଲେ ଆନନ୍ଦ କହିଥିଲେ, ବ୍ରେନ୍ ଓ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା ପାଇଁ କେବଳ ଓଡ଼ିଶା ନୁହେଁ, ସମଗ୍ର ପୂର୍ବ ଭାରତରେ କେୟାର ହସ୍ପିଟାଲ ଭୁବନେଶ୍ୱର ଶାଖାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏପରିକି ଆଗାମୀ ଦିନରେ ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ଏହିଭଳି ଅନେକ କର୍ମଶାଳାର ଆୟୋଜନ କରାଯିବ। ସେହିଭଳି କେୟାର ହସ୍ପିଟାଲର ଏଭିପି ଡା.ଲୋକନାଥ ଦାଶ କହିଥିଲେ, କେୟାର ହସ୍ପିଟାଲରେ ଉପଲବ୍ଧ ୨୪/୭ ଷ୍ଟ୍ରୋକ୍ ୟୁନିଟ୍ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ବୀମା ସହିତ ଗରିବ ଲୋକଙ୍କ ପାଇଁ ବିଏସ୍କେୱାଇ କାର୍ଡ ମାଧ୍ୟମରେ ଚିକିତ୍ସା ଉପଲବ୍ଧ ବୋଲି ସୂଚନା ଦେଇଥିଲେ।
The post ଦିନିକିଆ କେୟାର କନେକ୍ଟ କର୍ମଶାଳା appeared first on Dharitri Odia News.