ଦିପାବଳୀ ହେଉ ବା ହୋଲି ‘ଅନୁଷ୍କା ଲଭସ୍‌ କୋହଲି’

ନୂଆଦିଲ୍ଲୀ,୧୩।୬: ଭାରତ ଟି -୨୦ ବିଶ୍ୱକପ ୨୦୨୪ ରେ ୭ ଟି ୱିକେଟରେ ଆମେରିକାକୁ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ଟି -୨୦ବିଶ୍ୱକପ ୨୦୨୪ର ସୁପର -୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚରେ କିଛି ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସଚନାଯୋଗ୍ୟ, ଏହି ମ୍ୟାଚ ସମୟରେ ଯେତେବେଳେ ଟିମ ଇଣ୍ଡିଆ ଫିଲ୍ଡିଂ କରୁଥିଲା, ଷ୍ଟାଣ୍ଡରେ ଠିଆ ହୋଇଥିବା ପ୍ରଶଂସକମାନେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ […] The post ଦିପାବଳୀ ହେଉ ବା ହୋଲି ‘ଅନୁଷ୍କା ଲଭସ୍‌ କୋହଲି’ appeared first on Dharitri Odia News.

ଦିପାବଳୀ ହେଉ ବା ହୋଲି ‘ଅନୁଷ୍କା ଲଭସ୍‌ କୋହଲି’

ନୂଆଦିଲ୍ଲୀ,୧୩।୬: ଭାରତ ଟି -୨୦ ବିଶ୍ୱକପ ୨୦୨୪ ରେ ୭ ଟି ୱିକେଟରେ ଆମେରିକାକୁ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ଟି -୨୦ବିଶ୍ୱକପ ୨୦୨୪ର ସୁପର -୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚରେ କିଛି ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସଚନାଯୋଗ୍ୟ, ଏହି ମ୍ୟାଚ ସମୟରେ ଯେତେବେଳେ ଟିମ ଇଣ୍ଡିଆ ଫିଲ୍ଡିଂ କରୁଥିଲା, ଷ୍ଟାଣ୍ଡରେ ଠିଆ ହୋଇଥିବା ପ୍ରଶଂସକମାନେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଦେଖିବା ପରେ ମଜାଳିଆ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।
ଇଣ୍ଡିଆ ବନାମ ଆମେରିକା ମ୍ୟାଚ ସମୟରେ ଯେତେବେଳେ ବିରାଟ କୋହଲି ଫିଲ୍ଡିଂ କରୁଥିଲେ, ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ତାଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ ଦେଖିବା ପରେ ମଜାଳିଆ ସ୍ଲୋଗାନ ଦେବା ଆରମ୍ଭ କଲେ । ପ୍ରଶଂସକମାନେ ପ୍ରଥମ ସ୍ଲୋଗାନ ଦେଇଥିଲେ, ‘୧୦ ଟଙ୍କା ପେପସି, କୋହଲି ଭାଇ ସେକ୍ସି’। ଏହା ପରେ ପ୍ରଶଂସକମାନେ ‘ଦିୱାଲି ହୋ ୟା ହୋଲି, ଅନୁଷ୍କା ଲଭସ୍‌ କୋହଲି’ ଭଳି ସ୍ଲୋଗାନ ଦେଇଥିଲେ। ତେବେ କୋହଲି ତାଙ୍କ ଫିଲ୍ଡିଂ ଉପରେ ଧ୍ୟାନ ଦେଇଥିଲେ। ଏହି ସ୍ଲୋଗାନ ଶୁଣିବାକୁ ବହୁତ ଆକର୍ଷଣୀୟ ଥିଲା। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ଦିପାବଳୀ ହେଉ ବା ହୋଲି ‘ଅନୁଷ୍କା ଲଭସ୍‌ କୋହଲି’ appeared first on Dharitri Odia News.