ଦୁନିଆର ସବୁଠୁ ଖୁସି ଦେଶ, ଜାଣନ୍ତୁ ଏହାର ରହସ୍ୟ…
ମୁଦ୍ରାସ୍ଫୀତି, ବେକାରୀ ଏବଂ ସମସ୍ତ ପ୍ରକାର ସମସ୍ୟା ସମଗ୍ର ବିଶ୍ୱରେ ଲୋକଙ୍କୁ ଅସୁବିଧାରେ ପକାଉଛି। ତାଙ୍କ ମୁହଁରେ ଥିବା ହସ ଦୂର ହୋଇଯାଇଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯିଏ କି ସବୁଠାରୁ ଖୁସିର ଦେଶ ଭାବେ ପରିଗଣିତ। ଏଠାରେ ଜଣେ କେହି ଦୁଃଖୀ ନୁହନ୍ତି। ଜଣେ ବିଶେଷଜ୍ଞ ଏହାର ରହସ୍ୟ ଶେୟାର କରିଛନ୍ତି। ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ କଥା ମଧ୍ୟ। ଫିନ୍ଲାଣ୍ଡ ହେଉଛି ଦୁନିଆର ସବୁଠୁ ଖୁସି ଦେଶ। ଫିନ୍ଲାଣ୍ଡର […] The post ଦୁନିଆର ସବୁଠୁ ଖୁସି ଦେଶ, ଜାଣନ୍ତୁ ଏହାର ରହସ୍ୟ… appeared first on Dharitri Odia News.
ମୁଦ୍ରାସ୍ଫୀତି, ବେକାରୀ ଏବଂ ସମସ୍ତ ପ୍ରକାର ସମସ୍ୟା ସମଗ୍ର ବିଶ୍ୱରେ ଲୋକଙ୍କୁ ଅସୁବିଧାରେ ପକାଉଛି। ତାଙ୍କ ମୁହଁରେ ଥିବା ହସ ଦୂର ହୋଇଯାଇଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯିଏ କି ସବୁଠାରୁ ଖୁସିର ଦେଶ ଭାବେ ପରିଗଣିତ। ଏଠାରେ ଜଣେ କେହି ଦୁଃଖୀ ନୁହନ୍ତି। ଜଣେ ବିଶେଷଜ୍ଞ ଏହାର ରହସ୍ୟ ଶେୟାର କରିଛନ୍ତି। ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ କଥା ମଧ୍ୟ।
ଫିନ୍ଲାଣ୍ଡ ହେଉଛି ଦୁନିଆର ସବୁଠୁ ଖୁସି ଦେଶ। ଫିନ୍ଲାଣ୍ଡର ସାଇକୋଲୋଜିଷ୍ଟ ଫ୍ରାଙ୍କ୍ ମାର୍ଟେଲା ଏ ବିଷୟରେ କହିଛନ୍ତି, ଫିନ୍ଲାଣ୍ଡ ଏମିତି ଏକ ଦେଶ ଯେଉଁଠାରେ ଦୁନିଆର ସବୁଠୁ ଖୁସି ଦେଶ। ଏକ ରିପୋର୍ଟ ଅନୁଯାୟୀ, ମାର୍ଟେଲା କହିଛନ୍ତି ଏହା ପଛରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି, ଯାହାକୁ ଏଠାକାର ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଅନୁସରଣ କରନ୍ତି। ଯଦି ଅନ୍ୟ ଦେଶର ଲୋକମାନେ ଏହି ନିୟମ ମାନନ୍ତି, ତେବେ ଖୁସି ହେବାକୁ ଅଧିକ ସମୟ ଲାଗିବ ନାହିଁ। ଆହୁରି ମଧ୍ୟ ଏକତାର ଭାବନା ସୃଷ୍ଟି ହେବ, ଯାହା ଖରାପ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦେବ।
ପ୍ରଥମ ନିୟମ ହେଉଛି ସମ୍ପ୍ରଦାୟ ପାଇଁ ବଞ୍ଚିବାର ଅନୁଭବ। ମାର୍ଟେଲା କହିଛନ୍ତି, ଫିନଲାଣ୍ଡର ଲୋକମାନେ ସେମାନଙ୍କ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି। ସେ କିଛି କରିବାକୁ ଚେଷ୍ଟା ଜାରି ରଖନ୍ତି, ଯାହାଫଳରେ ତାଙ୍କ ମୁହଁରେ ହସ ଦେଖାଯାଏ।
ଫିନ୍ଲାଣ୍ଡରେ କରାଯାଇଥିବା ଅନେକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯଦି ଆପଣ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ସମୟ ବିତାନ୍ତି, ତେବେ ଆପଣଙ୍କ ଜୀବନ ମଧ୍ୟ ବହୁତ ଖୁସି ହୋଇପାରେ। କାରଣ ସେମାନେ ସେମାନଙ୍କ ସମସ୍ୟାକୁ ଆପଣଙ୍କ ସହିତ ଶେୟାର କରି କରିପାରିବେ। ସେମାନଙ୍କ ସହ ଖୁସି ବାଣ୍ଟିପାରିବ। ଯାହା ଆପଣଙ୍କ ଚେହେରାରେ ମଧ୍ୟ ହସ ଆଣିଦେବ। ଚିନ୍ତା ଏବଂ ଉଦାସୀନତା ରହିବ ନାହିଁ।
ଏଠାକାର ଲୋକମାନେ ସେହି ଜିନିଷଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରନ୍ତି ଯାହା ସେମାନଙ୍କୁ ସୁଖ ଦେଇଥାଏ। ଏବଂ ଏହି ଲୋକମାନେ ସମାନ କାମ କରିବାକୁ ପ୍ରାଥମିକତା ଦିଅନ୍ତି। ଏହି ଢାଞ୍ଚା ବର୍ଷ ବର୍ଷ ଧରି ଚାଲିଆସୁଛି। ଏଥିରେ ଅନ୍ୟ ଲୋକଙ୍କ ପାଇଁ ଭଲ କାମ କରିବା ପ୍ରାଥମିକତା ଅଟେ। ଦ୍ୱିତୀୟତଃ, ଏଠାରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ। ସେମାନେ କଦାପି ଦୁଃଖ କରନ୍ତି ନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କର ସମସ୍ୟାର ସମାଧାନ କରିବାକ ଚେଷ୍ଟା କରିଥାନ୍ତି।
The post ଦୁନିଆର ସବୁଠୁ ଖୁସି ଦେଶ, ଜାଣନ୍ତୁ ଏହାର ରହସ୍ୟ… appeared first on Dharitri Odia News.